ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ର ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା

June 17, 2019, ଦେଶଦୁନିଆ, , Bhagyaprabha News Bureau
ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ର ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା
Bhagyaprabha News Bureau
June 17, 2019

ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ବହ୍ନୀ ଥମିବାର ନାଁ ନେଉନାହିଁ , ବରଂ ତାର ଝାସରେ ସମଗ୍ର ଦେଶରେ ଲାଗିଛି ଅସନ୍ତୋଷ । ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ । ହସ୍ପିଟାଲରେ ସକାଳ ୬ଟାରୁ ଓପିଡି ବନ୍ଦ ରଖିବା ପାଇଁ କୁହାଯାଇଛି । ପ୍ରଥମ ଥର କର୍ପୋରେଟ୍‌ ହସ୍ପିଟାଲ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ର ଓଡ଼ିଶା ଶାଖା ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଛି । ଡାକ୍ତରମାନେ କଳାବ୍ୟାଚ୍‌ ପିନ୍ଧି ପ୍ରତିବାଦ କରିବା ସହ କାର୍ଯ୍ୟରେ ଯୋଗଦେବେ ନାହିଁ । ଆନ୍ଦୋଳନରେ ଘରୋଇ ମେଡିକାଲ ସଂଘ, ଓମ୍‌ସା, ଏସ୍‌ସିବି ୟୁଜି ଓ ପିଜି ସଂଘ ସାମିଲ ହେବ ।ଆନ୍ଦୋଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟକୁ ଚିଠି ଲେଖି ଡାକ୍ତର ଓ ହସ୍ପିଟାଲର ସୁରକ୍ଷା ପାଇଁ କଠୋର ଆଇନ ଲାଗୁ କରିବାକୁ କହିଛନ୍ତି ।କେନ୍ଦ୍ର ସରକାର ମଧ୍ୟ ଡାକ୍ତରଙ୍କ ସୁରକ୍ଷା ପାଇଁ ଜାତୀୟସ୍ତରରେ ଆଇନ ପ୍ରଣୟନ କରିବାକୁ ଆଇଏମ୍‌ଏ ଦାବି କରିଛି । ଏନ୍‌ଆରଏସ ମେଡିକାଲ କଲେଜରେ ଦୁଇ ଜଣ ଜୁନିଆର ଡାକ୍ତରଙ୍କୁ ଆକ୍ରମଣ କରିଥିଲେ ରୋଗୀଙ୍କ ସମ୍ପର୍କୀୟ । ଏହାପରେ ଆନ୍ଦୋଳନ ବ୍ୟାପୀଥିଲା । ଏପରକି ପ୍ରାୟ ୩ଶହ ସରକାରୀ ଡାକ୍ତର କାର୍ଯ୍ୟରୁ ଇସ୍ତଫା ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି  ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ

ଆଜି ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ

Read More...

ଜୁନ ୩୦ରେ ଗୃହ ମନ୍ତ୍ରୀଙ୍କ  ଜାମ୍ମୁ କାଶ୍ମୀର ଗସ୍ତ !

ଜୁନ ୩୦ରେ ଗୃହ ମନ୍ତ୍ରୀଙ୍କ ଜାମ୍ମୁ କାଶ୍ମୀର ଗସ୍ତ !

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: