ଡାଲା ଅଟୋ ଧକ୍କାରେ ଭିନ୍ନକ୍ଷମ ବାବାଜୀ ଗୁରୁତର

June 20, 2019, ଅପରାଧ, , Bhagyaprabha News Bureau
ଡାଲା ଅଟୋ ଧକ୍କାରେ ଭିନ୍ନକ୍ଷମ ବାବାଜୀ ଗୁରୁତର
Bhagyaprabha News Bureau
June 20, 2019

ଆଜି ଦିନ ସକାଳ ୧୦ ଘଣ୍ଟା ସମୟରେ ଦିଗପହଣ୍ଡି - ପୋଡାମାରୀ ମୁଖ୍ୟ ରାସ୍ତା କେଉଟବନ୍ଧ ନିକଟରେ ଏକ ଡାଲା ଧକ୍କାମାଡରେ ଜଣେ ଭିନ୍ନକ୍ଷମ ବାବାଜୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ବାବାଜଣକ ହେଲେ ପାଟପୁର ଥାନା ମଥୁରା ଅଧିନରେ ଥିବା ହନୁମାନ ଗୁମ୍ଫାରେ ରହୁଥିବା ଅଚ୍ୟୁତାନନ୍ଦ ଦାସ ବୋଲି ଜଣାପଡିଛି ।


1561040811.jpg


ସୂଚନା ପ୍ରକାରେ , ଗୁରୁତର ବାବା ଦାସ ଓ ତାଙ୍କ ଅନ୍ୟତମ ସହପାଠୀଙ୍କ ସହ ଏକ ବାଇକ ଯୋଗେ ମଥୁରା ଗ୍ରାମରେ ଆସନ୍ତା ୨୩ ତାରିଖଠାରୁ ଆରମ୍ଭ ହେବାକୁଥିବା ଯଜ୍ଞ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିବାକୁ ଚିକିଟି ଯାଉଥିଲେ ହେଲେ ଦିଗପହଣ୍ଡି ରାସ୍ତାରେ ଚାହା ପିଇବା ପାଇଁ ନିଜ ବାଇକରୁ ଓହ୍ଲାଇବା ସମୟରେ ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ଏକ ଡାଲାଅଟୋ (ଓଡି୦୭ ପି ୩୦୪୩) ପଛପଟୁ ଧକ୍କା ଦେଇଥିଲା । ଫଳରେ ବାବାଜଣକ ରାସ୍ତା ପାର୍ଶ୍ବରେ କଚାଡି ହୋଇ ପଡି ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସେଠାରେ ଥିବା କିଛି ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥାରେ ଉନ୍ନତି ନ ଆସିବାରୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଷଧର ସାପ କାମୁଡାରେ ଯୁବକ ମୃତ

ବିଷଧର ସାପ କାମୁଡାରେ ଯୁବକ ମୃତ

Read More...

ବେଲଗୁଣ୍ଠା ଶିବମନ୍ଦିର ପାଖ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତ ଶବ ଉଦ୍ଧାର।

ବେଲଗୁଣ୍ଠା ଶିବମନ୍ଦିର ପାଖ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତ ଶବ ଉଦ୍ଧାର।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: