ବିଷଧର ସାପ କାମୁଡାରେ ଯୁବକ ମୃତ

June 20, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ବିଷଧର ସାପ କାମୁଡାରେ ଯୁବକ ମୃତ
Bhagyaprabha News Bureau
June 20, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବମକୋଇ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ବମକୋଇ ଗ୍ରାମର ସୁରେନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି । ଖବରନୁଯାୟୀ , ମୃତ ସୁରେନ୍ଦ୍ର ଦୁଇ ବର୍ଷ ହେଲା ଖମ୍ବାରି ଗାଁ ରେ ନିଜ ପରିବାର ସହ ରହି ଆସୁଥିଲେ । ବୁଧବାର ବିଳମ୍ବିତ ରାତିରେ ସୁରେନ୍ଦ୍ର ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଏହାକୁ ସୁରେନ୍ଦ୍ର ଓ ତାଙ୍କ ପରିବାର ଲୋକ ଗୁରୁତ୍ବ ନ ଦେଇ କିଛି ସମୟପରେ ଯନ୍ତ୍ରଣା ଅନୁଭବ ହେବାରୁ କଇଠଖଣ୍ଡି ଗ୍ରାମକୁ ଯାଇ ଝଡାଫୁଙ୍କା କରିଥିଲେ । ଗୁରୁବାର ସକାଳେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡମେଡିକାଲକୁ ନିଆଯାଇଥିଲା ହେଲେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୯ ଘଣ୍ଟା ସମୟରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତ ସୁରେନ୍ଦ୍ରଙ୍କ ଶବ ହସ୍ତାନ୍ତର କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟ୍ରକକୁ ଧୋକାଦେଲା କାର, ଜଣେ ମୃତ,ଦୁଇ ଗୁରୁତର ଓ ୩ ଆହାତ

ଟ୍ରକକୁ ଧୋକାଦେଲା କାର, ଜଣେ ମୃତ,ଦୁଇ ଗୁରୁତର ଓ ୩ ଆହାତ

Read More...

ଡାଲା ଅଟୋ ଧକ୍କାରେ ଭିନ୍ନକ୍ଷମ ବାବାଜୀ ଗୁରୁତର

ଡାଲା ଅଟୋ ଧକ୍କାରେ ଭିନ୍ନକ୍ଷମ ବାବାଜୀ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: