ଭୀଷଣ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ , ଅଣସର ଘରେ ଚାଲିଛି ନୀତିକାନ୍ତି

June 22, 2019, ଓଡ଼ିଶା, ପୁରୀ, Bhagyaprabha News Bureau
ଭୀଷଣ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ , ଅଣସର ଘରେ ଚାଲିଛି ନୀତିକାନ୍ତି
Bhagyaprabha News Bureau
June 22, 2019

ସ୍ନାନପୁର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇ ସାରିବା ପରେ ଭୀଷଣ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ ।ଅଣସର ଘରେ ବିଶ୍ରାମ ନେଉଥିବା ଶ୍ରୀବିଗ୍ରହଙ୍କୁ ସୁସ୍ଥ କରିବା ପାଇଁ ସେବାରେ ଲାଗିଛନ୍ତି ସେବାୟତ । ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଆଜି ପଞ୍ଚମୀ ତିଥିରେ ଲାଗୁ ହେବ ଫୁଲୁରୀ ତେଲ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବଡ଼ଓଡ଼ିଆ ମଠ ପକ୍ଷରୁ ଏହି ତେଲକୁ ପ୍ରସ୍ତୁତ କରାଯାଇଛି । ଆଜି ଶୋଭାଯାତ୍ରାରେ ଶ୍ରୀମନ୍ଦିରକୁ ଫୁଲୁରୀ ତେଲ ନେବାର ପରମ୍ପରା ରହିଛି । ରାଶି ତେଲରେ ସୁଗନ୍ଧିତ ଧଳା ଟୁଲ, ବେଣା ଚେର, ସୁଗନ୍ଧିତ ଧାନ ପକାଯାଇ ଏହାକୁ ଗତବର୍ଷ ସ୍ନାନପୂର୍ଣ୍ଣିମାଠାରୁ ମାଟି ତଳେ ପ୍ରସ୍ତୁତ କରି ରଖାଯାଏ । ଓଡ଼ିଆ ମଠ ଆଜି ଏହାକୁ ମାଟି ତଳୁ ବାହାର କରି ଶ୍ରୀମନ୍ଦିରକୁ ପଠାଇଥାନ୍ତି । ଅଣସର ପିଣ୍ଡିରେ ଶ୍ରୀଜିଉଙ୍କୁ ଏହି ଫୁଲୁରୀ ତେଲରେ ଚିକିତ୍ସା କରାଯିବ। ଏହା ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରନ୍ତ ବୋଲି ବିଶ୍ୱାସ ରହିଛି। ମହାପ୍ରଭୁ ଅଣସର ଘରେ ଥିବାରୁ ଚଳଚଞ୍ଚଳ ବ୍ରହ୍ମଗିରି ଅଲାରନାଥ ପୀଠ । ଅଲାରନାଥଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଶ୍ରୀଜିଉ ଅଣସର ଘରେ ଥିବା ବେଳେ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟସଭା ପାର୍ଥୀ ଘୋଷଣା କଲା ବିଜେଡି ସୁପ୍ରିମୋ

ରାଜ୍ୟସଭା ପାର୍ଥୀ ଘୋଷଣା କଲା ବିଜେଡି ସୁପ୍ରିମୋ

Read More...

ଦର୍ଶକଙ୍କ ମନମୋହିଲା କବୀର ସିଂ,

ଦର୍ଶକଙ୍କ ମନମୋହିଲା କବୀର ସିଂ,

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: