ଦର୍ଶକଙ୍କ ମନମୋହିଲା କବୀର ସିଂ,

June 22, 2019, ମନୋରଞ୍ଜନ, , Bhagyaprabha News Bureau
ଦର୍ଶକଙ୍କ ମନମୋହିଲା କବୀର ସିଂ,
Bhagyaprabha News Bureau
June 22, 2019

ଗତକାଲି ଫିଲ୍ମ ଫ୍ରାଇଡେ'ରେ ବଡ ପରଦାରେ ରିଲିଜ ହୋଇଯାଇଛି ସାହିଦ କପୁର ଓ କିଆରା ଆଡଭାନିଙ୍କ ଅଭିନିତ ବହୁ ପ୍ରତିକ୍ଷିତ ଫିଲ୍ମ କବୀର ସିଂ । ପ୍ରଥମ ଦିନରେ ବିଗ୍ ରେସପନ୍ସ ହାସଲ କରିଛି ଶାହିଦ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର । କିଆରା ଆଡଭାନୀ ଓ ଶାହିଦଙ୍କ ଯୋଡି ବେଶ ପସନ୍ଦ ଆସିଛି ଦର୍ଶକଙ୍କୁ । ସୁଚନାଯୋଗ୍ୟ , ଏହି ଫିଲ୍ମଟି ସାଉଥ ଫିଲ୍ମ ଅର୍ଜୁନ ରେଡ୍ଡୀ ଫିଲ୍ମର ରିମେକ । ଭାରତରେ ୩୧୨୩ ଓ ବିଦେଶରେ ୪୯୩ଟି ହଲରେ ରିଲିଜ ହୋଇଛି ସନ୍ଦିପ ରେଡ୍ଡି ଭାଙ୍ଗାଙ୍କ ନିର୍ଦ୍ଦେଶିତ ମୁଭି କବୀର ସିଂ । ରିଲିଜର ପ୍ରଥମ ଦିନରେ ହିଁ ବହୁ ଦର୍ଶକଙ୍କ ମନକୁ ଛଇଁ ପାରିଛି ଏହି ଫିଲ୍ମ ।


1561185952.jpg


ଲୋକଙ୍କ ପ୍ରତିକ୍ରିୟାରୁ ଚଳଚ୍ଚିତ୍ରଟି ଭଲ ଆୟ କରିବ ବୋଲ ଆଶା କରାଯାଉଛି । ଏହି ଫିଲ୍ମରେ ସାହିଦ କପୁରଙ୍କୁ ଭିନ୍ନ ଏକ ଚରିତ୍ରରେ ଦେଖିବାକୁ ମିଳିଛି । ଫିଲ୍ମର କାହାଣୀନୁସାରେ ,ଏଆଇଏମ୍ ରେ ଡାକ୍ତର ପାଠ ପଢୁଥିବା କବୀର (ଶାହିଦ)ଙ୍କୁ ଜଣେ ମେଧାବୀ ଛାତ୍ର ଭାବେ ଦେଖିବାକୁ ମିଳିଛି । ଏଥିସହ ସେ ଖେଳ ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବେଶ ପାରଙ୍ଗମ ଅଛନ୍ତି । ହେଲେ ଛୋଟ ଛୋଟ କଥାରେ ସଙ୍ଗେ ସଙ୍ଗେ ରାଗିଯିବା ଗୁଣ ମଧ୍ୟ କବୀରଙ୍କ ଅଛି ।ଏହି ସମୟରେ ତାଙ୍କ ଜୀବନକୁ ଆସନ୍ତି ପ୍ରୀତି (କିଆରା) । ପ୍ରୀତିଙ୍କ ସାଦାସିଧା ଗୁଣରେ ପ୍ରଭାବିତ ହୋଇ ତାଙ୍କ ପ୍ରେମରେ ପଡିଯାଆନ୍ତି କବୀର । ହେଲେ ତାଙ୍କ ଜୀବନରୁ ପ୍ରୀତି ଦୂରେଇ ଯାଆନ୍ତି । ଏହା ପରେ କିପରି କବୀର ବରବାଦିର ରାସ୍ତାରେ ଚାଲନ୍ତି ଏବଂ ଏହା ପରେ ତାଙ୍କ ଜୀବନରେ କି ମୋଡ ଆସେ ତାହାକୁ ଚଳଚ୍ଚିତ୍ରରେ ଦେଖାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୀଷଣ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ , ଅଣସର ଘରେ ଚାଲିଛି ନୀତିକାନ୍ତି

ଭୀଷଣ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ , ଅଣସର ଘରେ ଚାଲିଛି ନୀତିକାନ୍ତି

Read More...

 ରାଜ୍ୟ ସରକାରଙ୍କ ୨ଟି ନୂତନ ପଦରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଥଇଥାନ

ରାଜ୍ୟ ସରକାରଙ୍କ ୨ଟି ନୂତନ ପଦରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଥଇଥାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: