ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା , ଚଳଚଞ୍ଚଳ ବଡଦାଣ୍ଡ

July 04, 2019, ଓଡ଼ିଶା, ପୁରୀ, Bhagyaprabha News Bureau
ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା , ଚଳଚଞ୍ଚଳ ବଡଦାଣ୍ଡ
Bhagyaprabha News Bureau
July 04, 2019

ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ଏହି ଅବସରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ନୀତି ଶେଷ ହୋଇଛି । ଭାଇଭଉଣୀଙ୍କୁ ଧରି ମାଉସୀ ଘରକୁ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନକୁ ସମସ୍ତେ ଆଗଭର ହୋଇ ଅପେକ୍ଷା କରିରହିଛନ୍ତି। ଆଜି ସକାଳୁ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଛି। ନୀତି ନିର୍ଘଣ୍ଟ ଅନୁସାରେ ବିଦ୍ଧି ବିଧାନ ସହିତ ସମସ୍ତ ନୀତିକାନ୍ତି କରାଯାଉଛି। ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ଶେଷ ହୋଇଛି।ମହାପ୍ରଭୁ ଶ୍ରୀଜଗନ୍ନାଥ,ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ତାଙ୍କ ମାଉସୀ ଘରକୁ ଯିବେ। ଏଥିପାଇଁ ସିଂହଦ୍ୱାର ଆଗରେ ସୁସଜ୍ଜିତ ହୋଇ ରହିଛି ତିନି ରଥ। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ଦଉଡିକୁ ଟାଣିବାକୁ ଭକ୍ତଙ୍କ ଆବେଗ କହିଲେ ନସରେ । ଭଜନ ଓ କୀର୍ତ୍ତନରେ କମ୍ପୁଛି ବଡ଼ଦାଣ୍ଡ। ବଡ଼ଦାଣ୍ଡରେ ଆଜି ହେବ ଭକ୍ତ ଓ ଭଗବାନଙ୍କ ମିଳନ। ଆଜି ସକାଳ ୯ଟାରେ ମଦନମୋହନ, ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କରାଯିବ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ କରିବାକୁ ନୀତିନିର୍ଘଣ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ଶୁଭେଚ୍ଛା ବାର୍ତ୍ତା ଟ୍ୱିଟ କଲେ ଗୃହମନ୍ତ୍ରୀ

ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ଶୁଭେଚ୍ଛା ବାର୍ତ୍ତା ଟ୍ୱିଟ କଲେ ଗୃହମନ୍ତ୍ରୀ

Read More...

ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଲା ଇଂଲଣ୍ଡ

ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଲା ଇଂଲଣ୍ଡ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: