ଖେମୁଣ୍ଡି କଲେଜକୁ ମିଳିଲା ନାକ୍ ମାନ୍ୟତା

July 17, 2019, ଓଡ଼ିଶା, ଗଞ୍ଜାମ, Kiran Behera
ଖେମୁଣ୍ଡି କଲେଜକୁ ମିଳିଲା ନାକ୍ ମାନ୍ୟତା
Kiran Behera
[ Reporter,Digapahandi ]
Bhagyaprabha News Bureau
July 17, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଧିନସ୍ଥ ଖେମୁଣ୍ଡି କଲେଜକୁ ଜାତୀୟ ଅଧିସ୍ବୀକୃତି ନିର୍ଦ୍ଧାରଣ ପରିଷଦ (ନାକ୍) ପକ୍ଷରୁ ସି ଗ୍ରେଡ ମାନ୍ୟତା ମିଳିଛି । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ୩ ତାରିଖରେ ନାକର ୩ ଜଣିଆ ଟିମ ସଦସ୍ୟ କଲେଜକୁ ଗସ୍ତରେ ଆସିଥିଲେ । ସେମାନେ କଲେଜର ଶୈକ୍ଷିକ ବାର୍ତ୍ତାବରଣ , ଭିତ୍ତିଭୁମି, ସ୍ମାର୍ଟ କ୍ଲାସ ରୁମ, ଲାବ୍ରୋଟାରୀ ପ୍ରଭୃତି ବୁଲି ଦେଖିବା ସହ ସମସ୍ତ ନଥି ପତ୍ର ଅନୁଧ୍ୟାନ କରିଥିଲେ । ନାକ ପିଅର ଟିମ ଅଧ୍ୟକ୍ଷା ପ୍ରଫେସର ସିଲା ଷ୍ଟେଫିନ , ସଂଯୋଜକ କମ୍ଟ୍ ସଦସ୍ୟା ପ୍ରଫେସର ପ୍ରଭାତି ଭେଙ୍କେଟସ , ସଦସ୍ୟ ପ୍ରଫେସର ମହମ୍ମଦ ଆକବର ଖୁରୋଙ୍କର ସୁପାରିସ ଭିତରେ କଲେଜକୁ ନାକ ମାନ୍ୟତା ମିଳିଥିବା କଲେଜ ଅଧ୍ୟକ୍ଷା ପ୍ରଣତି ପାତ୍ର , ଅଧ୍ୟାପକ ତଥା ନାକ ଟିମ ସଂଯୋଜକ ଡ.କୃଷ୍ଣଚନ୍ଦ୍ର ପଣ୍ଡା , ସହସଂଯୋଜକ ଅଧ୍ୟାପକ ସନ୍ତୋଷ କୁମାର ସାହୁ ଜଣାଇଛନ୍ତି । ପୁରାତନ ଛାତ୍ର ଛାତ୍ରୀଙ୍କୁ ନେଇ ଗଠିତ ଖେମିଣ୍ଡି ବିଦ୍ବାନ ଆଲୁମନି ସଂଘ ସଭାପତି ଅଶେଷ ନାଥ ମିଶ୍ର , ସଂପାଦକ ହର ପ୍ରସାଦ ରଥ , କଲେଜ ପରିଚାଳନା କମିଟି କର୍ମକର୍ତ୍ତା , ଅଧ୍ୟାପକ /ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ନାକ୍‌ର ଜାତୀୟ ସ୍ତରୀୟ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଟକୁରା ପ୍ରଚାର ମୈଦାନରେ ନବୀନ

ପାଟକୁରା ପ୍ରଚାର ମୈଦାନରେ ନବୀନ

Read More...

ଅଗ୍ନିଶମ ବିଭାଗ ଦ୍ୱାରା ପାଣି ଗର୍ତ୍ତରୁ ଷଣ୍ଢ ଉଦ୍ଧାର

ଅଗ୍ନିଶମ ବିଭାଗ ଦ୍ୱାରା ପାଣି ଗର୍ତ୍ତରୁ ଷଣ୍ଢ ଉଦ୍ଧାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: