ପାଟକୁରା ପ୍ରଚାର ମୈଦାନରେ ନବୀନ

July 17, 2019, ରାଜନୀତି, କେନ୍ଦ୍ରାପଡ଼ା, Bhagyaprabha News Bureau
ପାଟକୁରା ପ୍ରଚାର ମୈଦାନରେ ନବୀନ
Bhagyaprabha News Bureau
July 17, 2019



ଆସନ୍ତାକାଲି ପାଟକୁରା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ୨୦ ତାରିଖ ହେବ ଭୋଟ ଗ୍ରହଣ । ଏଥିପାଇଁ ନେତାଙ୍କ ଆଖିରୁ ନିଦ ହଜିଯାଇଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର ଲାଗିପଡିଛନ୍ତି ୩ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ । ସଭା, ସମାବେଶ, ରୋଡ ସୋ ଏବଂ ଘରକୁ ଘର ଯାଇ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଆଜି ପାଟକୁରାରେ ସୁପର ସୋ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଟକୁରା ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକର ବିଭିନ୍ନ ସ୍ଥାନରେ ରୋଡ ସୋ କରି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ରୋଡ ସୋ’ ବେଳେ ଚାନ୍ଦୋଳ ଠାରେ ଜନ ସଭାକୁ ସମ୍ବୋଧିତ କରିବା ସହ ଗରଦପୁର ବ୍ଲକ ସମେତ ପାଟକୁରାର କିଛି ପଞ୍ଚାୟତରେ ରୋଡ ସୋ’ କରିବେ ନବୀନ । ପୁଣି ମାର୍ଶାଘାଇ ବ୍ଲକରେ ପ୍ରଚାର କରି କରିଲୋପାଟଣା ହାଟ ପର୍ଯ୍ୟନ୍ତ ରୋଡ ସୋ’ରେ ଆସିବେ ସୁପ୍ରିମୋ । ତେବେ ସନ୍ଧ୍ୟା ୭ଟାରେ ପ୍ରଚାର ଶେଷ କରି ରାତି ୯ଟାରେ ନବୀନ ନିବାସ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ୧୨୮ ଶୀତଳ ଭଣ୍ଡାରରୁ ୮୦ ଅଚଳ

ରାଜ୍ୟରେ ୧୨୮ ଶୀତଳ ଭଣ୍ଡାରରୁ ୮୦ ଅଚଳ

Read More...

ଖେମୁଣ୍ଡି କଲେଜକୁ ମିଳିଲା ନାକ୍ ମାନ୍ୟତା

ଖେମୁଣ୍ଡି କଲେଜକୁ ମିଳିଲା ନାକ୍ ମାନ୍ୟତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: