ବିବେକ କୁମାର ହେଲେ ମୋଦିଙ୍କ ବ୍ୟକ୍ତିଗତ ସଚିବ

July 20, 2019, ଦେଶଦୁନିଆ, , Bhagyaprabha News Bureau
ବିବେକ କୁମାର  ହେଲେ ମୋଦିଙ୍କ ବ୍ୟକ୍ତିଗତ ସଚିବ
Bhagyaprabha News Bureau
July 20, 2019

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ହେଲେ ଭାରତୀୟ ବିଦେଶ ସେବା ଅଫିସର ବିବେକ କୁମାର । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ବିବେକଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି । ସୁଚନାଯୋଗ୍ୟ , ବିବେକ କୁମାର ୨୦୦୪ ବ୍ୟାଚ୍‌ର ଏହି ଆଇଏଫ୍‌ଏସ୍‌ ଅଫିସର ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ନିଯୁକ୍ତି ଦାୟିତ୍ୱଗ୍ରହଣ ଦିନରୁ ଆରମ୍ଭ ହେବ ଏବଂ ଚାକିରି କାର୍ଯ୍ୟକାଳ ଶେଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ ବୋଲି କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଆଇଆଇଟି ବମ୍ବେରୁ କେମିକାଲ ଇଞ୍ଜିନିୟରିଂରେ ବିଟେକ୍‌ ଡିଗ୍ରୀ ହାସଲ କରିଥିବା ବିବେକ ପୂର୍ବରୁ ରୁଷିଆ ଓ ଅଷ୍ଟ୍ରେଲିଆରେ ଭାରତର କୂଟନୀତିଜ୍ଞ ଭାବେ କାର୍ଯ୍ୟ କରିଥିଲେ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୋଟ ଦେଇ ମତ ସାବ୍ୟସ୍ତ କଲେ ବିଜୟ ମହାପାତ୍ର

ଭୋଟ ଦେଇ ମତ ସାବ୍ୟସ୍ତ କଲେ ବିଜୟ ମହାପାତ୍ର

Read More...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତର ସ୍ୱର୍ଣ୍ଣ ହାସଲ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତର ସ୍ୱର୍ଣ୍ଣ ହାସଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: