ଭୋଟ ଦେଇ ମତ ସାବ୍ୟସ୍ତ କଲେ ବିଜୟ ମହାପାତ୍ର

July 20, 2019, ରାଜନୀତି, କେନ୍ଦ୍ରାପଡ଼ା, Bhagyaprabha News Bureau
ଭୋଟ ଦେଇ ମତ ସାବ୍ୟସ୍ତ କଲେ ବିଜୟ ମହାପାତ୍ର
Bhagyaprabha News Bureau
July 20, 2019

ଆଜି ସକାଳ ୭ଟାରୁ ପାଟକୁରା ଭୋଟଗ୍ରହଣ କେନ୍ଦ୍ରରେ ଆରମ୍ଭ ହୋଇଯାଇଛି ମତଦାନ । ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ର ସମ୍ନାରେ ଲମ୍ବା ଲାଇନ୍ରେ ଠିଆ ହୋଇ ଅତି ଶୃଂଖଳତାର ସହିତ ଭୋଟ ଦେଉଛନ୍ତି ଉଭୟ ସାଧାରଣ ଭୋଟର ଏବଂ ବଡ ବଡ ନେତା । ସେହିକ୍ରମରେ ଗରଦପୁର ବ୍ଲକ ତାଳକୁସୁମାର ୨୬୪ ନମ୍ବର ବୁଥରେ ନିଜ ମତ ସାବ୍ୟସ୍ତ କରିଛନ୍ତି ପାଟକୁରା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର। ଭୋଟ୍ ଦେବା ପରେ ବିଜୟ ମହାପାତ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ''ସତ୍ୟ ଓ ନ୍ୟାୟର ଜୟ ହେବ। ୧୯ ବର୍ଷ ହେଲାଣି ବିଜେଡି ଯେଉଁ ଅରାଜକତା କରି ଆସୁଛି, ତା'ର ଧ୍ୱଂସ ହେବ। ଏହା ମୋର ଲଢ଼େଇ ନୁହଁ, ଲୋକମାନଙ୍କ ଲଢ଼େଇ। ଲୋକମାନେ ଯେଉଁ ପରିବର୍ତ୍ତନ ଚାହୁଁଛନ୍ତି, ତାହା ନିଶ୍ଚିତ ହେବ।'' ସୁଚନାଯୋଗ୍ୟ, ୨୦୦୯ରେ ପାଟକୁରାରେ ବିଜେପି ପ୍ରାର୍ଥୀ ହୋଇଥିଲେ ବିଜୟ ମହାପାତ୍ର। ହେଲେ ତାଙ୍କ ଭାଗ୍ୟ ସାଥ୍ ଦେଲାନି। ସେ ପୁଣି ନିର୍ବାଚନ ହାରିଥିଲେ। ୨୦୧୪ରେ ବିଜୟ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇଥିଲେ। ସେଠି ବି ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ଏଥର ବିଜୟ ତାଙ୍କ ପୁରୁଣା ଆସନ ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି। ଏଥର ତାଙ୍କ ପାଇଁ ଶେଷ ସୁଯୋଗ। ଏହି ଶେଷ ଲଢ଼େଇରେ ବିଜୟଙ୍କ ସାଥିରେ ପାଟକୁରାବାସୀ ରହୁଛନ୍ତି ନା ନାହିଁ ଦେଖିବାକୁ ବାକି ରହିଲା। ତେବେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଦେବୀ ଓ ବିଜେପିର ବିଜୟ ମହାପାତ୍ରଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି ।








Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୋଟ ଦେଲେ ମହାକାଳପଡା ବିଧାୟକ

ଭୋଟ ଦେଲେ ମହାକାଳପଡା ବିଧାୟକ

Read More...

ବିବେକ କୁମାର  ହେଲେ ମୋଦିଙ୍କ ବ୍ୟକ୍ତିଗତ ସଚିବ

ବିବେକ କୁମାର ହେଲେ ମୋଦିଙ୍କ ବ୍ୟକ୍ତିଗତ ସଚିବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: