ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ

August 05, 2019, ସ୍ବାସ୍ଥ୍ୟ, ଗଞ୍ଜାମ, Kiran Behera
ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ
Kiran Behera
[ Reporter,Digapahandi ]
Bhagyaprabha News Bureau
August 05, 2019

ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଦିଗପହଣ୍ଡି ଶାଖା ପକ୍ଷରୁ ସୋମବାର ଦିନ ଦିଗପହଣ୍ଡି ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଯଶୋବନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ସେହିପରି ଆଇନଜୀବୀ ହରପ୍ରସାଦ ରଥ , ବମକୋଇ ମେଡିକାଲ ପିଏଚଇଓ ଅନୀତା ପ୍ରଧାନ , ଇନ୍ଦିରା ମହାପାତ୍ର , ଭାରତୀ ବ୍ରହ୍ମା ପ୍ରମୁଖ ସମ୍ମାନୀୟ ଅତିଥିଭାବେ ମଞ୍ଚାସୀନ ଥିଲେ । ଦିଗପହଣ୍ଡି ସେକ୍ଟର ସୁପରଭାଇଜର ମନୀଷାରାଣୀ ପଟ୍ଟନାୟକ ଓ ସାଧନା ମହିଳା ସଂଘ ସଭାନେତ୍ରୀ ପି . ବିଜୟଲକ୍ଷ୍ମୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋମବାର ପୂର୍ବାହ୍ନ ସମୟରେ ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରୁ ଅଙ୍ଗନବାଡ଼ି କର୍ମୀ ଓ ସ୍ଥାନୀୟ କର୍ମୀମାନେ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ସଭାସ୍ଥଳରେ ପହଞ୍ଚିଥିଲେ । ଆୟୋଜିତ ସଭାକାର୍ଯ୍ୟରେ ଅତିଥିମାନଙ୍କ ଦ୍ଵାରା ବିଶ୍ଵ ସ୍ତନ୍ୟପାନ ସପ୍ତାହର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ପରିଚାଳନାରେ ସୁପରଭାଇଜର ରଞ୍ଜନା ମିଶ୍ର , ଇନ୍ଦିରା ପାତ୍ର , କନକଲତା ବେହେରା , ଅନିମା ପ୍ରଧାନ , ଭାରତୀ ବ୍ରହ୍ମା , ଅଶାନ୍ତି ପାତ୍ର, ଲିଜା ସେଠୀ, ସରସ୍ବତୀ ଗୌଡ , କର୍ମୀ ଗାୟତ୍ରୀ ପାତ୍ର , ରଶ୍ମୀତା ପାତ୍ର , ଅର୍ଚ୍ଚନା ପାଢ଼ୀ , ସମେତ ବହୁ ଅଙ୍ଗନବାଡ଼ି କର୍ମୀ , ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଖରୀରେ ଭାସୁଥିବା ଅବସ୍ଥାରେ ଯୁବକଙ୍କ ଗଳିତ ଶବ ଉଦ୍ଧାର

ପୋଖରୀରେ ଭାସୁଥିବା ଅବସ୍ଥାରେ ଯୁବକଙ୍କ ଗଳିତ ଶବ ଉଦ୍ଧାର

Read More...

ବିଷଧର ସାପ କାମୁଡାରେ ଯୁବକ ଗୁରୁତର

ବିଷଧର ସାପ କାମୁଡାରେ ଯୁବକ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: