୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।

August 07, 2019, ଓଡ଼ିଶା, , Bhagyaprabha News Bureau
୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।
Bhagyaprabha News Bureau
August 07, 2019

୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୦ଟି କ୍ଷେତ୍ରରେ ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ନେଇ ଆଜି ଲୋକସେବା ଭବନରେ ସବୁଜ ସଂଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆଜି ସପ୍ତମ ପର୍ଯ୍ୟାୟ ଶିଳ୍ପାୟନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ୧୦ଟି କ୍ଷେତ୍ରରେ ୨୨ଟି ନୂଆ ପ୍ରକଳ୍ପର ଭିତ୍ତି ପ୍ରସ୍ତର ହେବ ବୋଲି ଘୋଷଣା କରିଛନ୍ତି ନବୀନ । ଏଥିପାଇଁ ସମୁଦାୟ ୪୪୬୧ କୋଟି ଟଙ୍କାର ପୁଂଜିନିବେଶ କରାଯିବ ଏବଂ ଏହାଦ୍ୱାରା ୯୨୩୦ ଜଣଙ୍କ ପାଇଁ କର୍ମନିଯୁକ୍ତି ପାଇବେ । ପୂର୍ବରୁ ୬ଟି ପର୍ଯ୍ୟାୟରେ ମୋଟ ୧୨୦ଟି ପ୍ରକଳ୍ପର ପ୍ରତିଷ୍ଠା ହୋଇସାରିଛି । ଯେଉଁଥିରେ ୯୨ ହଜାର ୬୮୬ କୋଟି ଟଙ୍କା ବିନିଯୋଗ ହୋଇଛି । ଏଥିରେ ଏକ ଲକ୍ଷ ୨୦ ହଜାର ନିଯୁକ୍ତି ପାଇସାରିଛନ୍ତି । ତେବେ ମେକ୍ ଇନ ଓଡିଶାର ୨୦୨ ପ୍ରକଳ୍ପକୁ ଅନୁମତି ମିଳିଥିଲା । ୪ ଲକ୍ଷ ୨୩ ହଜାର ପୁଂଜିନିବେଶ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ୨୦୨ ପ୍ରକଳ୍ପରୁ ଏବେସୁଦ୍ଧା ପାଖାପାଖି ୬୨ଟି ପ୍ରକଳ୍ପକୁ ଅନୁମତି ମିଳିସାରିଛି ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ସଂଜୀବ ଚୋପ୍ରା । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ୧୦ଟି କ୍ଷେତ୍ରରେ ୨୨ଟି ପ୍ରକଳ୍ପର ଉଦଘାଟନ କରିଛି । ତେବେ ଏଥିପାଇଁ ନବୀନ ସଂପୃକ୍ତ କଂପାନୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ନବୀନ କହିଛନ୍ତି , ଶିଳ୍ପରେ ପଂଜିନିବେଶ ପାଇଁ ଓଡିଶା ହେଉଛି ପ୍ରକୃଷ୍ଠ ସ୍ଥାନ । ଏହି ଶିଳ୍ପାୟନ ଓଡିଶାର ବିକାଶଧାରାକୁ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୭୦ କେଜି ଗଞ୍ଜେଇ ଜବତ ୪ ଗିରଫ

୭୦ କେଜି ଗଞ୍ଜେଇ ଜବତ ୪ ଗିରଫ

Read More...

ଗଜପତି ନଗର ଅଞ୍ଚଳକୁ ବୁଲ୍ଲି ଦେଖିଲେ ବ୍ରହ୍ମପୁର ବିଧାୟକ

ଗଜପତି ନଗର ଅଞ୍ଚଳକୁ ବୁଲ୍ଲି ଦେଖିଲେ ବ୍ରହ୍ମପୁର ବିଧାୟକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: