ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

August 14, 2019, ଶିକ୍ଷା, ଗଞ୍ଜାମ, Kiran Behera
ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
August 14, 2019

ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟ ପଦ୍ମନାଭପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରାଯାଇଥିବା ଜଣାପଡ଼ିଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ଦାସଙ୍କ ସଭାପତିତ୍ବରେ ଆୟୋଜିତ ବିତରଣ ଉତ୍ସବରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ସେହିପରି ଏବିଇଓ ରସା ଘଡେ଼ଇ , ଗୋକର୍ଣ୍ଣପୁର ସେବା ସମବାୟ ସମିତି ସଭାପତି ଅସିତ କୁମାର ସାହୁ , ଏସ୍. ଟିକରପଡା ସିଆରସିସି ନରସିଂହ ପାଠୀ , ଗୋକର୍ଣ୍ଣପୁର ସିଆରସିସି ବାସୁଦେବ ବେହେରା ପ୍ରମୁଖ ସମ୍ମାନୀୟ ଅତିଥିଭାବେ ମଞ୍ଚାସୀନ ଥିଲେ । ଏହି ବିତରଣ କାର୍ଯ୍ୟକ୍ରମକୁ ସିଆରସିସି ରାଜେନ୍ଦ୍ର ଗୈାଡ ସଂଯୋଜନା କରିଥିବା ଜଣାପଡିଛି । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ବିଦ୍ୟାଳୟରୁ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଶନ୍ନ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅରୁଣ ପାଣିଗ୍ରାହୀ , ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ମଲିକ , ଡି . ଅନୁସୟା ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟରେ  ଗ୍ରାମବାସୀ ଅସନ୍ତୋଷ

ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟରେ ଗ୍ରାମବାସୀ ଅସନ୍ତୋଷ

Read More...

ପ୍ରଧାନ ଶିକ୍ଷକ ନାମରେ ସ୍କୁଲ ଜମି ହଡ଼ପ ଅଭିଯୋଗ

ପ୍ରଧାନ ଶିକ୍ଷକ ନାମରେ ସ୍କୁଲ ଜମି ହଡ଼ପ ଅଭିଯୋଗ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: