ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟରେ ଗ୍ରାମବାସୀ ଅସନ୍ତୋଷ

August 14, 2019, ଓଡ଼ିଶା, ଗଞ୍ଜାମ, Kiran Behera
ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟରେ  ଗ୍ରାମବାସୀ ଅସନ୍ତୋଷ
Kiran Behera
[ Reporter,Digapahandi ]
Bhagyaprabha News Bureau
August 14, 2019

ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତର ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନଙ୍କ କାର୍ଯ୍ୟକଳାପକୁ ବିରୋଧ କରି ମଙ୍ଗଳବାର ପୂର୍ବାହ୍ନରେ ତିନୋଟି ଗ୍ରାମର ଲୋକମାନେ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ କରିବା ସହିତ ସ୍ଥାନୀୟ ବିଡିଓ ଶିବଶଙ୍କର ମିଶ୍ରଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ପ୍ରକାରେ ଦାବି ପ୍ରଦାନ କରିଥିବା ଜଣାପଡିଛି । ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତର ଜୟପୁର କଲୋନୀ , ବାଘୁଆପଲ୍ଲୀ ଓ ଭାଲୁପଲ୍ଲୀ ଭଳି ତିନୋଟି ଗ୍ରାମର ଲୋକମାନଙ୍କ କହିବାନୁଯାୟୀ, ସରପଞ୍ଚ ନିତ୍ୟାନନ୍ଦ ସରପଞ୍ଚ ପଦବୀ ପାଇବା ପରଠାରୁ ଉକ୍ତ ତିନୋଟି ଗ୍ରାମର କୈାଣସି ଉନ୍ନୟନମୂଳକ କାର୍ଯ୍ୟ କରୁନଥିବା ବେଳେ କୈାଣସି ୱାର୍ଡ ସଭ୍ଯ ଓ ଗ୍ରାମବାସୀଙ୍କ ମତାମତ ନ ଲୋଡିବା ସହ ଗ୍ରାମସଭା ଓ ପଲ୍ଲୀସଭା ବୈଠକ ନ ଡକାଇ ନିଜେ ୱାର୍ଡ ସଭ୍ଯ ଓ ଗ୍ରାମବାସୀଙ୍କ ଦରଖାସ୍ତରେ ସ୍ବାକ୍ଷର କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଏବଂ ନିଜ ଇଚ୍ଛାରେ ନିମ୍ନମାନର କାମ କରୁଥିବା ଗ୍ରାମବାସୀ କହିଛନ୍ତି । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ରମେଶ ମଲ୍ଲିକ , ଲକ୍ଷ୍ମୀ ମଲ୍ଲିକ , ବିଶ୍ବନାଥ ନାୟକ , ରାମକୃଷ୍ଣ ନାୟକ , ପ୍ରଫୁଲ୍ଲ ମଲ୍ଲିକ , ସୁଦର୍ଶନ ମଲ୍ଲିକ , ପଞ୍ଚାନନ ନାୟକ , ତାରିଣୀ ମଲ୍ଲିକ , ଜୋଗି ମଲ୍ଲିକ , ଉଦୟ ମଲ୍ଲିକ ପ୍ରମୁଖ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ହରିଗୋବିନ୍ଦଙ୍କ ସ୍ୱଚ୍ଛ ଭାରତ ଚଷମା ବ୍ରହ୍ମପୁରର ମୁଖ୍ୟ ଆକର୍ଷଣ

ହରିଗୋବିନ୍ଦଙ୍କ ସ୍ୱଚ୍ଛ ଭାରତ ଚଷମା ବ୍ରହ୍ମପୁରର ମୁଖ୍ୟ ଆକର୍ଷଣ

Read More...

ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: