ଭତ୍ତା ପ୍ରଦାନରେ ଅନିୟମିତତା, ବିଡିଓଙ୍କୁ ଦାବି ଜଣାଇଲେ ଗ୍ରାମବାସୀ

August 26, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଭତ୍ତା ପ୍ରଦାନରେ ଅନିୟମିତତା, ବିଡିଓଙ୍କୁ ଦାବି ଜଣାଇଲେ ଗ୍ରାମବାସୀ
Bhagyaprabha News Bureau
August 26, 2019

ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ବୋରିଗାଁ ପଞ୍ଚାୟତ ରେ ଭତ୍ତା ପ୍ରଦାନରେ ଅନିୟମିତତା ନେଇ ସ୍ଥାନୀୟ ବାସିନ୍ଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପଞ୍ଚାୟତ ଅଧିନସ୍ଥ ବରପଲ୍ଲୀ,ଜକରାପଲ୍ଲୀ,ବି.ଜଗନ୍ନାଥପୁର ଗ୍ରାମର ବହୁ ବୃଦ୍ଧ,ବିଧବା,ଅବିବାହିତ ,ଭିନ୍ନଷମ ବ୍ୟକ୍ତି ଙ୍କୁ ଭତ୍ତା ମିଳିନଥିବା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିଜଣାଇଥିଲେ।୧୦ନଂ ଜୋନ ଜିଲ୍ଲାପରିଷଦ ଏଲ.ମୋହନଦାସଙ୍କ ନେତୃତ୍ବରେ ଶତାଧିକ ହିତାଧିକାରୀ ଏହି ସମୟରେ ଉପସ୍ଥିତ ରହିଥିଲେ। ସରକାର ଙ୍କ ତରଫରୁ ବିଭିନ୍ନ ଭତ୍ତା ପାଇଁ କେତେକ ନିଦ୍ଧିଷ୍ଟ ନିୟମ ନଥିବା ଯୋଗୁଁ ଯୋଗ୍ୟ ହିତାଧିକାରୀ ଏହିପରି ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ।ବିଡିଓ ଜୀବନ ଚନ୍ଦ୍ର ମଲ୍ଲିକ ଯେଉଁ ହିତାଧିକାରୀ ଙ୍କ ବିପିଏଲ ଅଛି ସେହି ହିତାଧିକାରୀ ମାନେ ଶୀଘ୍ର ପାଇବେ ଏବଂ ଅନ୍ୟମାନେ ପାଇବାରେ କିଛିଟା ବିଳମ୍ବ ହେବ ବୋଲି ଆଲୋଚନା ମାଧ୍ୟମରେ ପ୍ରକାଶ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଣେଶ ପୂଜା ପାଇଁ ପ୍ରସ୍ତୁତି

ଗଣେଶ ପୂଜା ପାଇଁ ପ୍ରସ୍ତୁତି

Read More...

 ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କୁ ଦାବି ଜଣାଇଲେ ବିଦ୍ୟାର୍ଥୀ

ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କୁ ଦାବି ଜଣାଇଲେ ବିଦ୍ୟାର୍ଥୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: