ଗଣେଶ ପୂଜା ପାଇଁ ପ୍ରସ୍ତୁତି

August 27, 2019, ବିଶେଷ, ଗଞ୍ଜାମ, Bhagyaprabha News Bureau
ଗଣେଶ ପୂଜା ପାଇଁ ପ୍ରସ୍ତୁତି
Bhagyaprabha News Bureau
August 27, 2019

ପ୍ରତିବର୍ଷ ପରି ଚଲିତ ବର୍ଷ ମଧ୍ୟ ଦିଗପହଣ୍ଡି ସହରରେ ଖୁବ୍ ଧୁମ୍ ପାଳିତ ହେବାକୁ ଯାଉଛି ଶ୍ରୀ ଗଣେଶ ମହୋତ୍ସବ । ଆସନ୍ତା ସେପ୍ଟେମ୍ବର ୨ ଅର୍ଥାତ୍ ଭାଦ୍ରବ ଶୁଳ୍କ ଚତୁର୍ଥୀ ତିଥିରେ ସହରରେ ଅଗ୍ରପୂଜ୍ୟ ବିନାୟକଙ୍କ ମହୋତ୍ସବ ପାଳିତ ହେବ । ଏଥିପାଇଁ ନିକଟସ୍ଥ ରତ୍ନେଶ୍ୱରୀ ପୀଠ ପରିସରରେ ବଜାର ସାହି ଗଣେଶ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨ରେ ଗଙ୍ଗାଆବାହନ ପୂଜାରମ୍ଭ କରାଯିବା ପରେ ୫ ଦିନ ଧରି ମହୋତ୍ସବ ଚାଲିବ ବୋଲି ଜାଣିବାକୁ ମିଳିଛି । ସେପ୍ଟେମ୍ବର ୮ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ହେବ ବୋଲି ଜଣାଯାଇଛି । ସାଂସ୍କୃତିକ କାର୍ୟ୍ୟକ୍ରମରେ ଅଭିନେତ୍ରୀ ତଥା ସଙ୍ଗୀତକାର ଅସୀମା ପଣ୍ଡା ଏବଂ ତାଙ୍କ ଟ୍ରୁଫ୍ ଦ୍ୱାରା ପରିବେଷଣ କରାଯିବ ବୋଲି ଜାଣିବାକୁ ମିଳିଛି । ଶିଳ୍ପୀ ଉଜ୍ଜଳ ଦାସଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ ଚାଲିଥିବା ବେଳେ ପ୍ରାୟ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଉଛି । ହାତଗଣତି ମାତ୍ର କିଛି ଦିନ ରହିଥିବାରୁ ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ଜୋର୍ଦାର୍ ଚାଲିଛି । ଚଳିତ ବର୍ଷ ଗତ ବର୍ଷ ଠାରୁ ମଧ୍ୟ ଅଧିକ ଆକର୍ଷଣୀୟ ତୋରଣ ଆଲୋକମାଳା ଆଦି ସୁସଜ୍ଜିତ କରାଯିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ଜାଣିବାକୁ ମିଳିଛି । ବଜାର ସାହି ଗାନ୍ଧୀ ଛକ ଠାରେ ପ୍ରତିବର୍ଷ ଭଳି ଶ୍ରୀ ଗଣେଶଙ୍କ ମହୋତ୍ସବ କାର୍ୟ୍ୟକ୍ରମ ଆଦି ସମ୍ପାଦିତ ହେବାକୁ ଥିବା ବେଳେ ଦେଖଣାହାରୀ ମାନଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସହରର ଅଞ୍ଚଳ କଲୋନୀ ସମେତ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆଦି ଆରମ୍ଭ ହୋଇଯାଇଥିବା ବେଳେ ପ୍ରତିକୂଳ ଜଳବାୟୁ ପାଇଁ ବାଧା ଉପୁଜିଥିବା ଜାଣିବାକୁ ମିଳିଛି । ସେହିପରି ମହାନଳା ବଡମଣ୍ଡପ ସାହି ଠାରେ ଶ୍ରୀ ଗଣେଶ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ୩୭ତମ ମହୋତ୍ସବ ପାଳନ କରାଯାଉଥିବା ବେଳେ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜାଣିବାକୁ ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅବାଧ ମଦ ବିକ୍ରୀକୁ ବିରୋଦ୍ଧ କରି ଥାନା  ଘେରାଉ

ଅବାଧ ମଦ ବିକ୍ରୀକୁ ବିରୋଦ୍ଧ କରି ଥାନା ଘେରାଉ

Read More...

ଭତ୍ତା ପ୍ରଦାନରେ ଅନିୟମିତତା, ବିଡିଓଙ୍କୁ ଦାବି ଜଣାଇଲେ ଗ୍ରାମବାସୀ

ଭତ୍ତା ପ୍ରଦାନରେ ଅନିୟମିତତା, ବିଡିଓଙ୍କୁ ଦାବି ଜଣାଇଲେ ଗ୍ରାମବାସୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: