ନୁଆ ଆଇନ ନେଇ ଗଞ୍ଜାମ ଏ.ଆରଟିଓ ଙ୍କୁ ପ୍ରଶ୍ନ କଲେ ଜନତା

September 09, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ନୁଆ  ଆଇନ ନେଇ ଗଞ୍ଜାମ ଏ.ଆରଟିଓ ଙ୍କୁ ପ୍ରଶ୍ନ କଲେ ଜନତା
Bhagyaprabha News Bureau
September 09, 2019

ସାରା ଦେଶରେ ଟ୍ରାଫିକ ନିୟମ ଉଲଙ୍ଘନ କଲେ ମୋଟା ଅଙ୍କର ଜୋରିମାନା ଆଦାୟ ଚାଲିଛି । ହେଲେ ଠିକ ଏତିକି ବେଳେ ଗଞ୍ଜାମରେ ହଟ୍ଟହଟା ହୋଇଛନ୍ତି ଅତିରିକ୍ତ ଆରଟିଓ । ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅତିରିକ୍ତ ଆରଟିଓ ବିନା ସିଟ ବେଲ୍ଟରେ ଗାଡିରେ ବସିଥିିବା ଯୋଗୁଁ ହଟହଟା ହୋଇଛନ୍ତି । ଅତିରିକ୍ତ ଆରଟିଓ ଶାନ୍ତନୁ କୁମାର ପରିଡା ଜାତୀୟ ରାଜପଥରେ ଚେକିଂ ସାରି ଫେରୁଥିବା ବେଳେ ଗାଡିରେ ସିଟବେଲ୍ଟ ବାନ୍ଧି ନଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକ ତାଙ୍କ ଗାଡି କୁ ଅଟକାଇ ପ୍ରଶ୍ନ କରିଥିଲେ । ଏମିତିକି ଅତିରିକ୍ତ ଆରଟିଓଙ୍କୁ କାହିଁକି ସିଟ୍ ବେଲଟ ବ୍ୟବହାର କରୁନାହାଁନ୍ତି ବୋଲି ପ୍ରଶ୍ନ କରିଥିଲେ । ହେଲେ ଭୁଲକୁ ମାନି ସତକୁ ସ୍ୱୀକାର କରିବା ବଦଳରେ ଅତିରିକ୍ତ ଆରଟିଓ ଅବାନ୍ତର ଯୁକ୍ତି କରୁଥିବା ଦେଖିବାକୁ ମିଳିଛି । ଏମିତିକି ଗାଡି ଗଡି ନଥିଲା ଓ ଗାଡି ଚାଲିଲେ ସେ ବେଲଟ ବାନ୍ଧିବେ ବୋଲି କହିଥିଲେ । ଭିଡିଓରୁ ସ୍ପଷ୍ଟ ହେଉଛି ଯେ ଛତ୍ରପୁରର ଅତିରିକ୍ତ ଆରଟିଓ ଶାନ୍ତନୁ କୁମାର ପରିଡା କଥାକୁ ଫାଙ୍କିବାକୁ ଉଦ୍ୟମ କରୁଛନ୍ତି । କାହିଁକି ନାଁ ଗାଡି ଗଡି ସାରିଥିଲା, ହେଲେ ଲୋକଙ୍କୁ ହସ୍ତକ୍ଷେପ ଓ ଭିଡିଓ ରେକର୍ଡିଂ ଯୋଗୁଁ ଗାଡି ଅଟକିଗଲା । ଆହୁରି ତାଜୁବର ବିଷୟ ହେଉଛି ଅତିରିକ୍ତ ଆରଟିଓ ଶାନ୍ତନୁ କୁମାର ପରିଡା ବସିଥିବା ଗାଡିର ଡ୍ରାଇଭର ବି ସିଟ ବେଲଟ ବାନ୍ଧି ନଥିଲେ । ହେଲେ ଲୋକଙ୍କ ଭିଡିଓ ରେକର୍ଡିଂ ଦେଖି ଡ୍ରାଇଭର ଜଣକ ତରବରିଆ ଭାବେ ସିଟ ବେଲଟ ପିନ୍ଧି ପକାଇଥିଲେ । ଗତ କିଛି ଦିନ ଭିତରେ ପରିବହନ ବିଭାଗ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛି । ହେଲେ ଯେତେବେଳେ କଥା ନିଜ ଉପରକୁ ଆସୁଛି ଭୁଲ ମାନିବାପରିବର୍ତ୍ତେଚେଷ୍ଟା କରୁଥିବା ଛତ୍ରପୁରର ଏହି ଅତିରିକ୍ତ ଆରଟିଓଙ୍କର ଆଭିମୁଖ୍ୟଙ୍କ ଉପରେ ପ୍ରଶ୍ନ ଛିଡା କରୁଛି । ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ କରି ଜରିମାନା ଆଦାୟ ବେଳେ ନିୟମକୁ ଠିକ ଭାବେ କାର୍ଯ୍ୟକାରୀ କରିବା ଓ ବିଭାଗୀୟ ଅଧିକାରୀ କେମିତି ଟ୍ରାଫିକ ନିୟମକୁ ମାନିବେ ସେନେଇ ତାଗିତ କରାଯାଉଛି । ହେଲେ ଛତ୍ରପୁର ପରିବହନ କାର୍ଯ୍ୟାଳୟର ଅତିରିକ୍ତ ଆରଟିଓ ଶାନ୍ତନୁ କୁମାର ପରିଡା ସବୁ ନିୟମ କାନୁୁନକୁ ଯେମିତି ଫୁ କରୁଛନ୍ତି । ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଆରଟିଓ କର୍ମଚାରୀଙ୍କ ଏ ଆଚରଣ କି ପ୍ରକାରର ବାର୍ତା ଦେଉଛି । ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନେବ ପରିବହନ ବିଭାଗ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚନ୍ଦ୍ରଯାନ-୨କୁ ନେଇ ଏମିତି କିଛି ପାକିସ୍ତାନକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ

ଚନ୍ଦ୍ରଯାନ-୨କୁ ନେଇ ଏମିତି କିଛି ପାକିସ୍ତାନକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ

Read More...

ନୂତନ ଥାନାଅଧିକାରୀଙ୍କୁ ସାକ୍ଷାତ କରି ସମସ୍ୟା ଜଣାଇଲା ମହିଳା  ସଂଘ

ନୂତନ ଥାନାଅଧିକାରୀଙ୍କୁ ସାକ୍ଷାତ କରି ସମସ୍ୟା ଜଣାଇଲା ମହିଳା ସଂଘ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: