ଚନ୍ଦ୍ରଯାନ-୨କୁ ନେଇ ଏମିତି କିଛି ପାକିସ୍ତାନକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ

September 09, 2019, ରାଜନୀତି, ଗଞ୍ଜାମ, Bhagyaprabha News Bureau
ଚନ୍ଦ୍ରଯାନ-୨କୁ ନେଇ ଏମିତି କିଛି ପାକିସ୍ତାନକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ
Bhagyaprabha News Bureau
September 09, 2019

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଚନ୍ଦ୍ରଯାନ-୨କୁ ନେଇ ପାକିସ୍ତାନର ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚୌଧୁରୀ ଫଓ୍ଵାଦ ହୁସେନଙ୍କ ଟିପ୍ପଣୀକୁ କଡ଼ା ଜବାବ ଦେଇଛନ୍ତି। ସିଂହ କହିଛନ୍ତି, ପାକିସ୍ତାନର ଅବସ୍ଥା ଖରାପ ସ୍ଥିତିରେ ପହଞ୍ଚିଛି ଓ ଭାରତର ସଫଳତା ଓ ବିଫଳତା ନେଇ ଚିନ୍ତା କରୁଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ କହିଛନ୍ତି, ଉଭୟ ଦେଶ ଏକକାଳୀନ ସ୍ୱାଧୀନତା ହାସଲ କରିଥିଲେ। ତେଣୁ ସେମାନେ ଆମର ଚନ୍ଦ୍ରଯାନର ସଫଳତା ଓ ବିଫଳତା ନେଇ ଚିନ୍ତା ନ କରିବା ଦରକାର। ସେ କହିଛନ୍ତି, ଆମେ ଚନ୍ଦ୍ରରେ ପହଞ୍ଚିଥିବା ବେଳେ ପାକିସ୍ତାନ ଏବେ ବି ଗଧ ପିଠିରେ ଜିନିଷପତ୍ର ପରିବହନ କରୁଛି। ଚନ୍ଦ୍ରଯାନର ଚନ୍ଦ୍ରପୃଷ୍ଠରେ ଅବତରଣ ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହିତ ସଂପର୍କ ଛିନ୍ନ ହେବା ପରେ ପାକିସ୍ତାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଚୌଧୁରୀ ଫଓ୍ଵାଦ ହୁସେନ ଟିପ୍ପଣୀ ଦେଇଥିଲେ। ସେ ଟୁଇଟ୍‌ କରିଥିଲେ ଯେ, ଯେଉଁ କାମ ଆସୁନାହିଁ, କରିବା ଠିକ ନୁହେଁ. ଭାରତକୁ ବିଦ୍ରୁପ କରି ସେ ଇଣ୍ଡିଆ ସ୍ଥାନରେ ଏଣ୍ଡିଆ ଲେଖିଥିଲେ। ସେ ଜଣେ ଭାରତୀୟ ୟୁଜର୍ସଙ୍କ ଟୁଇଟକୁ ମଧ୍ୟ ଟାର୍ଗେଟ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ

Read More...

ନୁଆ  ଆଇନ ନେଇ ଗଞ୍ଜାମ ଏ.ଆରଟିଓ ଙ୍କୁ ପ୍ରଶ୍ନ କଲେ ଜନତା

ନୁଆ ଆଇନ ନେଇ ଗଞ୍ଜାମ ଏ.ଆରଟିଓ ଙ୍କୁ ପ୍ରଶ୍ନ କଲେ ଜନତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: