ଆଜି ଅଯୋଧ୍ୟା ମାମଲା ଶେଷ ଶୁଣାଣି

October 16, 2019, ଦେଶଦୁନିଆ, , Bhagyaprabha News Bureau
  ଆଜି ଅଯୋଧ୍ୟା ମାମଲା ଶେଷ ଶୁଣାଣି
Bhagyaprabha News Bureau
October 16, 2019

ଆଜି ହେଉଛି ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ଜମି ବିବାଦ ମାମଲା ଶୁଣାଣିର ଶେଷ ଦିବସ। ଏହି ମାମଲାରେ ଉଭୟ ହିନ୍ଦୁ ଏବଂ ମୁସ୍‌ଲିମ୍‌ ପକ୍ଷ ସେମାନଙ୍କ ଦଲିଲ୍‌ ଉପସ୍ଥାପନ ପ୍ରକ୍ରିୟା ଶେଷ କରିଛନ୍ତି ଏବଂ ଆସନ୍ତାକାଲି ହିଁ ଶୁଣାଣିର ଶେଷ ଦିବସ ବୋଲି ଆଜି ପ୍ରଧାନ ବିଚାରପତି ରଂଜନ ଗୋଗଇ ସଙ୍କେତ ଦେଇଛନ୍ତି । ଆସନ୍ତାକାଲି ଶେଷ ଦିବସରେ ଉଭୟ ପକ୍ଷକୁ ୪୫ ମିନିଟ୍‌ ଲେଖାଏଁ ସମୟ ମିଳିବ। ଆଜି ଏହି ମାମଲାରେ ଶୁଣାଣିର ୩୯ତମ ଦିବସ ଥିଲା। ଆଜି ଅପରାହ୍ନରେ ପ୍ରଧାନ ବିଚାରପତି ହିନ୍ଦୁ ପକ୍ଷର ଓକିଲ ସିଏସ୍‌ ବୈଦ୍ୟନାଥନଙ୍କୁ ପଚାରିଥିଲେ ଆପଣ ଶେଷ ପର୍ଯ୍ୟାୟରେ ଯୁକ୍ତି ରଖିବା ପାଇଁ କେତେ ସମୟ ଚାହୁଛନ୍ତି। ଏଥିରେ ବୈଦ୍ୟନାଥନ କହିଥିଲେ ଯେ ତାଙ୍କୁ ୨ ଘଣ୍ଟା ଆବଶ୍ୟକ। ତେବେ ପ୍ରଧାନ ବିଚାରପତି ଏହାକୁ ଗ୍ରହଣ କରିନଥିଲେ ଏବଂ ଆସନ୍ତାକାଲି ୪୦ତମ ତଥା ଶେଷ ଦିବସ ଶୁଣାଣିରେ ଉଭୟ ପକ୍ଷକୁ ୪୫ ମିନିଟ୍‌ ଲେଖାଏଁ ଦେଇଥିଲେ। ହିନ୍ଦୁ ପକ୍ଷର ଓକିଲଙ୍କୁ ଆଜି ଖଣ୍ଡପୀଠ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। ଗତକାଲି ମୁସ୍‌ଲିମ୍‌ ପକ୍ଷର ଓକିଲ ଅଭିଯୋଗ କରିଥିଲେ ଯେ କେବଳ ମୁସ୍‌ଲିମ ପକ୍ଷଙ୍କୁ ହିଁ ଖଣ୍ଡପୀଠ ପ୍ରଶ୍ନ କରୁଛନ୍ତି। ଆଜି ଶୁଣାଣି ବେଳେ ମୁସ୍‌ଲିମ ପକ୍ଷ ଓକିଲ ରାଜୀବ ଧୱନଙ୍କୁ ପ୍ରଧାନ ବିଚାରପତି ପଚାରିଥିଲେ, ହିନ୍ଦୁ ପକ୍ଷକୁ ପଚରାଯାଇଥିବା ପ୍ରଶ୍ନରେ ଆପଣ ଖୁସି ଅଛନ୍ତି ତ ? ସିଜେଆଇଙ୍କ ଏହି ପ୍ରଶ୍ନରେ କୋର୍ଟ ରୁମ୍‌ରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଆସିବା ସମ୍ଭାବନା ଥିବାରୁ ଏହାର ଅବ୍ୟବହିତ ପୂର୍ବରୁ ଅଯୋଧ୍ୟାରେ ଏବେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟାରେ ୧୪୪ ଧାରା ଜାରି ହୋଇଛି ଏବଂ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନୂତନ କୁଳପତିଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନୂତନ କୁଳପତିଙ୍କ ଦାୟିତ୍ୱ ଗ୍ରହଣ

Read More...

ବଢ଼ିବାରେ ଲାଗିଛି ଚିଦାମ୍ବରମଙ୍କ ଅଡୁଆ

ବଢ଼ିବାରେ ଲାଗିଛି ଚିଦାମ୍ବରମଙ୍କ ଅଡୁଆ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: