ସ୍ୱାଇନ୍‌ ଫ୍ଲୁରେ ପୀଡ଼ିତ ଶବାନା ଆଜ୍‌ମୀ

February 13, 2019, ମନୋରଞ୍ଜନ, , Bhagyaprabha News Bureau
ସ୍ୱାଇନ୍‌ ଫ୍ଲୁରେ ପୀଡ଼ିତ ଶବାନା ଆଜ୍‌ମୀ
Bhagyaprabha News Bureau
February 13, 2019

ବଲିଉଡର ବରିଷ୍ଠ ଅଭିନେତ୍ରୀ ଶବାନା ଆଜ୍‌ମୀ ସ୍ୱାଇନ୍‌ ଫ୍ଲୁରେ ପୀଡ଼ିତ ହୋଇଛନ୍ତି । ବିଗତ କିଛି ଦିନ ହେବ ଥଣ୍ଡାକାଶରେ ପୀଡ଼ିତା ଥିଲେ,ଡାକ୍ତରଙ୍କ ପରୀକ୍ଷା ପରେ ଜଣାପଡ଼ିଲା ଯେ ଶବାନା ସ୍ୱାଇନ ଫ୍ଲୁ ଦ୍ୱାରା ସଂକ୍ରମିତ। ଏଥିଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶବାନା ଆହୁରି ମଧ୍ୟ କହିଛନ୍ତି ଯେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ଅସୁସ୍ଥ ଥିବା ସତ୍ତ୍ୱେ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ଅଛନ୍ତି। ଝିଅ ଜୋୟା ଅଖତରଙ୍କ ଫିଲ୍ମ 'ଗଲି ବୟ' ସଂପର୍କରେ ଟ୍ଵିଟ୍‌ କରିଥିଲେ।ଏହାଛଡା ସେ ସୋସିଆଲ ମିଡିଆରେ ପ୍ରଖ୍ୟାତ ଲେଖିକା ଶୋଭା ଦେଙ୍କ ସହିତ ନିଜର ଏକ ଫଟୋ ସେଆର୍‌ କରି ନିଜ ସ୍କୁଲ ଦିନର ସ୍ମୃତିକୁ ତାଜା କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଶବାନାଙ୍କ ପୂର୍ବରୁ ସୋନମ କପୁର,ନିର୍ମାତା-ନିର୍ଦ୍ଦେଶକ ବିନୋଦ ଚୋପ୍ରା ଓ ଅମୀର ଖାନ୍‌ ପ୍ରମୁଖ ମଧ୍ୟ ସ୍ୱାଇନ୍‌ ଫ୍ଲୁ ଦ୍ୱାରା ସଂକ୍ରମିତ ହୋଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ବିଜେପି ଯୁବ ମୋର୍ଚ୍ଚାର ଅଭିନବ ପ୍ରତିବାଦ

ଗଞ୍ଜାମ ବିଜେପି ଯୁବ ମୋର୍ଚ୍ଚାର ଅଭିନବ ପ୍ରତିବାଦ

Read More...

ତାପସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ତାପସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: