ଗଞ୍ଜାମ ବିଜେପି ଯୁବ ମୋର୍ଚ୍ଚାର ଅଭିନବ ପ୍ରତିବାଦ

February 13, 2019, ରାଜନୀତି, , Bhagyaprabha News Bureau
ଗଞ୍ଜାମ ବିଜେପି ଯୁବ ମୋର୍ଚ୍ଚାର ଅଭିନବ ପ୍ରତିବାଦ
Bhagyaprabha News Bureau
February 13, 2019

ଗଞ୍ଜାମ ଯୁବାମୋର୍ଚ୍ଚା ଅଭିନବ ପ୍ରତିବାଦ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଲେଖିଲେ ଚିଠି । ଯୁବମୋର୍ଚ୍ଚା ର ସଭାପତି ସିଦ୍ଧାର୍ଥ ଗଙ୍ଗଦେବ ଅଭିଯୋଗ କରିଛନ୍ତି ।୧୯ ବର୍ଷ ଧରି ସ୍ଥାଣୁ ଓ ଅପାରଗ ସରକାର କେବଳ ପ୍ରଚାର ସର୍ବସ୍ୱ ।ବେକାରୀ,ବେରୋଜଗାରୀ, ସମସ୍ୟା ରାଜ୍ୟରେ ବଢିଚାଲିଥିବା ବେଳେଅନ୍ୟ ପଟେଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରି ରାଜ୍ୟ ସରକାର ଯୁବ ପିଢୀ ମାନଙ୍କୁ ଭୁଆଁ ବୁଲାଉଛନ୍ତି । ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ନୀତି ୨୦୦୮ ମସିହାରେ ଆଇନରେ ପରିଣତ ହୋଇଥିଲେ ମଧ୍ୟ ସରକାର ଏହାକୁ ଗୁରୁତ୍ୱ ଦେଉନାହାନ୍ତି ।ସରକାର ଗୋଟିଏ ପରେ ଗୋଟିଏ ନିଯୁକ୍ତି ମେଳା ଆୟୋଜନ କରି ପିଲାଙ୍କ ପିଛା ୧୦୦ ଟଙ୍କା ନେଇଥିଲେ ।ଚାକିରୀ ଦେବା ଦୂର ର କଥା ପଇସା ମଧ୍ୟ ଫେରାଇଲେ ନାହିଁ । କେନ୍ଦ୍ର ସରକାର ଅନେକ ଲୋକାଭିମୁଖି ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ରାଜ୍ୟ ସରକାର ଏହି. ଯୋଜନା ପାଇଁ ବାଧକ ସାଜିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚୁର ପରିମାଣ ର ଟଙ୍କା ରାଜ୍ୟ ଙ୍କୁ ଦେଉଥିଲେ ମଧ୍ୟ ଏହି ରାଜ୍ୟ ସରକାର ଟଙ୍କା କୁ ଖର୍ଚ୍ଚ ନ କରିପାରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆଉ ଏହାର ଜବାବ ଯୁବ ପିଢି ସାଧାରଣ ନିର୍ବାଚନ ରେ ଦେବେବୋଲି କହିଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପତ୍ର ଦେଇଛି ଗଞ୍ଜାମ ଯୁବ ବିଜେପି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂସଦର ବିନା ଅନୁମତିରେ ୧୧୫୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମୋଦୀ ସରକାର: ସିଏଜି

ସଂସଦର ବିନା ଅନୁମତିରେ ୧୧୫୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମୋଦୀ ସରକାର: ସିଏଜି

Read More...

ସ୍ୱାଇନ୍‌ ଫ୍ଲୁରେ ପୀଡ଼ିତ ଶବାନା ଆଜ୍‌ମୀ

ସ୍ୱାଇନ୍‌ ଫ୍ଲୁରେ ପୀଡ଼ିତ ଶବାନା ଆଜ୍‌ମୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: