ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବତୀ

October 18, 2019, ଓଡ଼ିଶା, ମାଲକାନଗିରି, Bhagyaprabha News Bureau
ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବତୀ
Bhagyaprabha News Bureau
October 18, 2019

ଅଜଣା ରୋଗରେ ପୀଡିତ ହୋଇ ଦୀର୍ଘ ୧୩ ବର୍ଷ ଶଯ୍ୟାଶାଇ ହୋଇ ପଡିରହିଛି ଜଣେ ଆଦିବାସୀ ଯୁବତୀ । ପରିବାରର ଆର୍ଥିକ ଅବସ୍ତା ଭଲ ନଥିବାରୁ ବାଲ୍ୟ ଅବସ୍ଥାରୁ ରୋଗାକ୍ରାନ୍ତ ହୋଇ କିଶୋରୀ ବୟସରେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ଏହି ଯୁବତୀ । ପରିବାର ଲୋକେ ଏକ ମାତ୍ର ଝିଅର ଉତ୍ତମ ଚିକିତ୍ସା ନିମନ୍ତେ ସର୍ବଶ୍ବାନ୍ତ ହୋଇ ପଡିଥିବା ବେଳେ ରୋଗିଣା ଝିଅ ଏବେ ଅସହାୟ ହୋଇ ଶେଷରେ ଇଛା ମୃତ୍ୟୁ ନିମନ୍ତେ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ । ସୁଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ସର୍ଗିଗୁଡ଼ା ଗାଁର ଚମ୍ପା କାଲାକୁରା, ବୟସ ୨୪ । ଏହି ବୟସର ଝିଅମାନେ ଶାଶୂ ଘରକୁ ଯାଇ ସଂସାର କଲେଣି । କିନ୍ତୁ ଚମ୍ପା ଏବେବି ବୁଢ଼ୀ ମା ଉପରେ ନିର୍ଭର କରୁଛନ୍ତି । ଶୋଇବା, ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ଓ ଶୌଚ ପର୍ଯ୍ୟନ୍ତ ସବୁ କାମ ପାଇଁ ଏବେ ସେ ଅନ୍ୟ ଉପରେ ନିର୍ଭରଶୀଳ । ଦୀର୍ଘ ୧୩ ବର୍ଷ ହେଲା ଅଜଣା ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି। ପରିବାର ଲୋକେ ବିଭିନ୍ନ ଆଡ଼େ ଚିକିତ୍ସା କରାଇବା ସତ୍ତ୍ୱେ ମିଳୁନି ସୁଫଳ।ଚମ୍ପାଙ୍କ ଏଭଳି ଅବସ୍ଥା ଦେଖି ପରିବାର ଲୋକେ ସବୁ ଦିନ ବଞ୍ଚିଥାଇ ବି ମରି ମରି ଜୀଉଁଛନ୍ତି । କେବେ ଚମ୍ପା ହସିବେ, କେବେ ନିଜେ ଚାଲିବେ ତାକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ । ହେଲେ ସେ ଅପେକ୍ଷାର ଯେମିତି ଅନ୍ତ ନାହିଁ । ହେଲେ ଅର୍ଥ ଅଭାବ ଯୋଗୁଁ ଉନ୍ନତ ମାନର ଚିକିତ୍ସା କରିପାରୁ ନାହାନ୍ତି ପରିବାର ଲୋକେ । ଆର୍ଥିକ ଅନାଟନ ଆଗରେ ପରିବାର ହାର ମାନିଥିବା ବେଳେ ଚମ୍ପାଙ୍କ ଇଛା ମୃତ୍ୟୁର ଅନୁମତି ନିମନ୍ତେ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ମନ୍ତ୍ରୀଙ୍କୁ । ଶେଷରେ ଯନ୍ତ୍ରଣା ଜର୍ଜରିତ ଜୀବନରୁ ମୁକ୍ତି ପାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ ପାଇଁ ଆକୁଳ ନିବେଦନ କରିଛନ୍ତି ଚମ୍ପା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହସ୍ପିଟାଲରେ ବିଗ୍‌ ବି

ହସ୍ପିଟାଲରେ ବିଗ୍‌ ବି

Read More...

ଗୋଗୋଇଙ୍କ ପରେ ବୋବଡେ!

ଗୋଗୋଇଙ୍କ ପରେ ବୋବଡେ!

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: