ହସ୍ପିଟାଲରେ ବିଗ୍‌ ବି

October 18, 2019, ମନୋରଞ୍ଜନ, , Bhagyaprabha News Bureau
ହସ୍ପିଟାଲରେ ବିଗ୍‌ ବି
Bhagyaprabha News Bureau
October 18, 2019

ବଲିଉଡ୍ ର ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଲିଭର୍ ରେ ସମସ୍ୟା ଥିବା ଜଣାପଡ଼ିଛି। ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେବେଠୁ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ହସ୍ପିଟାଲର ଏକ ସ୍ପେଶାଲ ରୁମ୍ ରେ ତାଙ୍କୁ ରଖାଯାଇଛି । କେବଳ ପରିବାରଲୋକେ ତାଙ୍କୁ ଦେଖାକରିବା ପାଇଁ ଯାଉଛନ୍ତି। ସୁଚନାଯୋଗ୍ୟ, ୧୯୮୨ ମସିହାରେ ଫିଲ୍ମ ‘କୁଲି’ର ଶୁଟିଂ କରୁଥିବା ସମୟରେ ଅମିତାଭଙ୍କୁ ଆଘାତ ଲାଗିଥିଲା। ସେହି ସମୟରେ ଭୁଲ୍ ରେ ହେପାଟାଇଟିସ୍ ଭାଇରସ୍ ଥିବା ଜଣେ ବ୍ୟକ୍ତି ତାଙ୍କୁ ରକ୍ତ ଦେଇଥିଲେ । ସେବେଠାରୁ ବିଗ୍ ବି ସିରୋସିସ୍ ରୋଗରେ ପୀଡିତ ଅଛନ୍ତି। ଏହି ରୋଗ ଯୋଗୁଁ ତାଙ୍କର ଲିଭର୍ ୭୫ ପ୍ରତିଶତ ଅଂଶ କାମ କରିବା ବନ୍ଦ କରି ଦେଇଛି। ତାଙ୍କ ଲିଭରର ମାତ୍ର ୨୫ ପ୍ରତିଶତ କାମ କରୁଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଲିଉଡ ସେଲିବ୍ରେଟିଙ୍କ 'କରବା ଚୌଥ'

ବଲିଉଡ ସେଲିବ୍ରେଟିଙ୍କ 'କରବା ଚୌଥ'

Read More...

ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବତୀ

ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବତୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: