ଭଞ୍ଜନଗର ଜେଲରେ ଦୁର୍ନୀତି ଅଭିଯୋଗ

November 03, 2019, ଅପରାଧ, ଗଞ୍ଜାମ, BHAGYAPRABHA NEWS
ଭଞ୍ଜନଗର ଜେଲରେ ଦୁର୍ନୀତି ଅଭିଯୋଗ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 03, 2019

ଭଞ୍ଜନଗର ଜେଲରେ ଗଞ୍ଜେଇ ବେପାର ଠାରୁ ଆରମ୍ଭ କରି ସୁଧ ବେପାର, ଜୁଆ ଖେଳ ବି ଚାଲିଛି ଯେଉଁଥିରେ ସାମିଲ ଅଛନ୍ତି ଜେଲ୍ କର୍ମଚାରୀ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜେଲ୍ର ଜଣେ କଏଦୀ ସମୀର କୁମାର ପଣ୍ଡା । ଦୁର୍ନୀତି ବିରୋଧରେ ଅଭିଯୋଗ କଲେ ତାଙ୍କୁ ଦିଆଯାଉଛି ଶାରିରୀକ ଓ ମାନସିକ ନିର୍ଯାତନା । ଅନ୍ୟାୟ ବିରୋଧରେ ସ୍ବର ଉଠାଇଲେ ତାଙ୍କୁ ବିଭିନ୍ନ ଜେଲ୍କୁ ବାରମ୍ବାର ସ୍ଥାନାନ୍ତର କରାଯାଉଛି । ଜେଲ୍ର ଏଭଳି ନିର୍ଯାତନାରେ ଅତିଷ୍ଠ ହୋଇପଡିଥିବା କଏଦୀ ସମୀର ଫୋନ୍ ଯୋଗେ ମାନାବାଧିକାର କର୍ମୀଙ୍କୁ ତାଙ୍କ ଦୁଃଖ ଜଣାଇଛନ୍ତି । ଭଞ୍ଜନଗର ସବ୍ ଜେଲରେ କଏଦୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । ଲ୍ୟାଣ୍ଡ ଲାଇନ୍ରୁ ଘରକୁ କଥା ହେଲେ ବିପୁଳ ଅର୍ଥ ଦାବି କରାଯାଉଛି । ଅଭିଯୋଗ କଲେ କେହି ଶୁଣୁନାହାନ୍ତି । ଖୋଦ୍ ଜେଲର ମହାଶୟ କୁଆଡେ ଏହି ଦୁର୍ନୀତିରେ ସାମିଲ ଥିବା ସମୀର ଅଭିଯୋଗ କରିଥିବା ବେଳେ ତାଙ୍କ ସହ ସ୍ବର ମିଳାଇଛନ୍ତି ଆଉ କିଛି କଏଦୀ । ସମୀର ଏନେଇ ଜିଲ୍ଲାପାଳ, ବିଚାରବିଭାଗୀ ଅଧିକାରୀ, ସ୍ଥାନୀୟ ମାଜିଷ୍ଟ୍ରେଟ୍, ଜେଲ୍ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ବି କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ସ୍ବର ଉଠାଇଲେ ସେମାନଙ୍କୁ ଅଧିକରୁ ଅଧିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।ଏସବୁ ଘଟଣାକୁ ଖଣ୍ଡନ କରି ଭଞ୍ଜନଗର ଜେଲର କହିଛନ୍ତି ସଂପୃକ୍ତ କଏଦୀ ଏଠାକୁ ମାତ୍ର ୮ ଦିନ ହେଲା ବ୍ରହ୍ମପୁର ଜେଲ୍ରୁ ଆସିଛନ୍ତି । ଯାହା ଅଭିଯୋଗ ଆଣିଛନ୍ତି ସବୁ ମିଛ । ପ୍ରକୃତରେ ଏହି ଅଭିଯୋଗ ଅଡିଓ ସମୀର ପଣ୍ଡାଙ୍କର ନା ଅନ୍ୟ କାହାର ତଦନ୍ତ ହେବାର ଆବଶ୍ୟକତା ରହିଛି । ଯଦି ଅଭିଯୋଗ ସତ୍ୟ ତେବେ ଘଟଣା ସଂଘାତିକ। ରାଜ୍ୟରେ ଜେଲ୍ ଗୁଡିକରେ ବିଭିନ୍ନ ଦୁର୍ନୀତି, ଅନୈତିକ କାର୍ଯ୍ୟ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି ।ପ୍ରଶାସନ ଏହି ଅଭିଯୋଗ ଉପରେ ପୁଙ୍ଖାନୁପୁଙ୍ଖ ତଦନ କରିବାର ଆବଶ୍ୟକତା ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନବୀନ ପଟ୍ଟନାୟକଙ୍କୁ ମିଳିବ ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟ୍‌ସ ପୁରସ୍କାର !

ନବୀନ ପଟ୍ଟନାୟକଙ୍କୁ ମିଳିବ ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟ୍‌ସ ପୁରସ୍କାର !

Read More...

ପ୍ରଦୂଷଣରେ ଅଣନିଶ୍ବାସୀ ରାଜଧାନୀ ଦିଲ୍ଲୀ

ପ୍ରଦୂଷଣରେ ଅଣନିଶ୍ବାସୀ ରାଜଧାନୀ ଦିଲ୍ଲୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: