ଦିଗପହଣ୍ଡିରେ ବିଶ୍ୱ ଏଡସ ଦିବସ ପାଳିତ

December 01, 2019, ସ୍ବାସ୍ଥ୍ୟ, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ ବିଶ୍ୱ ଏଡସ ଦିବସ ପାଳିତ
Kiran Behera
[ Reporter,Digapahandi ]
Bhagyaprabha News Bureau
December 01, 2019

ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଦିନ ଦିଗପହଣ୍ଡିରେ ମଧ୍ୟ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ସ୍ଵାସ୍ଥ୍ଯକେନ୍ଦ୍ର ପରିସରରେ ଆୟୋଜିତ ସଚେତନତା ସଭାରେ କମିଟି ଅଧ୍ଯକ୍ଷ ତଥା ଜେଏମ୍ଏଫସି ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ଅଧ୍ଯକ୍ଷତାରେ ଏଡସ ରୋଗର କାରଣ, ନିରାକରଣ, ଗୋଷ୍ଠୀଗତ ପ୍ରତିବଦ୍ଧତା ଏବଂ ଏଡସ ନିରାକରଣ ଆଇନ- ୨୦୧୭ ଉପରେ ସଚେତନ କରାଯିବା ସହ ଆଇନସେବା କମିଟି ପକ୍ଷରୁ ଯୋଗାଇ ଦିଆଯାଉଥିବା ମୁକ୍ତ ଆଇନ ସହାୟତା ବ୍ୟବସ୍ଥା ଉପରେ ମଧ୍ୟ ସଚେତନ କରାଯାଇଥିଲା । ଏଥିରେ ସ୍ଵାସ୍ଥ୍ଯକେନ୍ଦ୍ର ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ପାର୍ଥସାରଥି ନାୟକ, ଖେମୁଣ୍ଡି ଓକିଲ ସଂଘର ସଭାପତି ରସାନନ୍ଦ ରାଉତ, ସମ୍ପାଦକ ହରପ୍ରସାଦ ରଥ,ସାନଖେମୁଣ୍ଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଆଇନସେବା କମିଟି ସମ୍ପାଦକ ନୃସିଂହ ଚରଣ ଦାଶ, ଆଇସିଟିସି ପରାମର୍ଶଦାତା ବିମଳା ବେହେରା, ସୁପ୍ରଭାଇଜର କନକଲତା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ବିଚାର ବିଭାଗୀୟ କର୍ମଚାରୀ କାଳିଆ ନାୟକ, ଫାର୍ମାସିଷ୍ଟ ପି.କାମରାଜୁ, ଷ୍ଟାଫନର୍ସ ସୀତାମଣି ଦେବୀ, ନମିତା ପଣ୍ଡା, ବୁଲୁ ସିଂ, ସମାଜସେବୀ ସୁଶାନ୍ତ କୁମାର ପାତ୍ରଙ୍କ ସମେତ ବହୁ ଲୋକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ ଏସ୍ଆଇ ବଳଭଦ୍ର ଗଣ୍ଡ ଏବଂ ଏଏସଆଇ ଅମୂଲ୍ୟ କୁମାର ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁବକଙ୍କ ଅଟୋ ଭାଙ୍ଗି ପ୍ରତିବାଦ କରିବାରୁ ଆକ୍ରମଣ

ଯୁବକଙ୍କ ଅଟୋ ଭାଙ୍ଗି ପ୍ରତିବାଦ କରିବାରୁ ଆକ୍ରମଣ

Read More...

ପୋଲସରା ବିଧାୟକଙ୍କ ଦ୍ୱାରା ରାସନ କାର୍ଡ ବଣ୍ଟନ

ପୋଲସରା ବିଧାୟକଙ୍କ ଦ୍ୱାରା ରାସନ କାର୍ଡ ବଣ୍ଟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: