କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଓଡିଶା ଗସ୍ତ

February 17, 2019, ରାଜନୀତି, ଭଦ୍ରକ, Bhagyaprabha News Bureau
କେନ୍ଦ୍ର ସ୍ୱରାଷ୍ଟ୍ର  ମନ୍ତ୍ରୀ ରାଜନାଥ ସିଂଙ୍କ ଓଡିଶା ଗସ୍ତ
Bhagyaprabha News Bureau
February 17, 2019

ସାଧାରଣ ନିର୍ବାଚନ ଯେତିକି ପାଖେଇଆସୁଛି ରାଜନୈତିକ ଦଳ ମଧ୍ୟରେ ତତ୍ପରତା ସେତିକି ପ୍ରକାଶ ପାଉଛି । ଆଉ ସେହି ଉତ୍କଣ୍ଠା ନେଇ ଜନତାଙ୍କ ନିକଟତର ହେବାକୁ ବିଜେପିର ଏକାଧିକ ହେବିୱେଟ ଆସୁଛନ୍ତି ଓଡିଶା ଗସ୍ତରେ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଗସ୍ତରେ ଆସୁଥିବା ବେଳେ ଆଜି ରାଜନାଥ ଉତ୍ତର ଓଡିଶା ଆସିଛନ୍ତି। ଏ ସରକାର ବଦଳିବା ଦରକାର ନାରା ଦେଇ ବିଜେପି ୧୪୭ ବିଧାନସଭା ଆସନରେ ସମାବେଶ କରିବାକୁ ଯାଉଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ଭଦ୍ରକରେ ପହଞ୍ଚିଛନ୍ତି । ରାଜନାଥ ପ୍ରଥମେ ହେଲିକ୍ୟାପଟରରେ ଅବତରଣ କରିବା ପରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ସ୍ଥିତ ଐତିହାସିକ ଦ୍ୱିତୀୟ ଜାଲିୱାନାବାଗ୍ ହତ୍ୟାକାଣ୍ଡ ଇରମରେ ପହଁଞ୍ଚି ସହୀଦ୍ ମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ସେ ଭଦ୍ରକର ପ୍ରତିଷ୍ଠିତ ଠାକୁରାଣୀ ମା' ଭଦ୍ରକାଳୀଙ୍କ ଦର୍ଶନ କରିଛନ୍ତି। ପରେ ରାଣୀତାଲଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ସେଠାରେ ସେ ଦଳର ବୁଥ ସ୍ତରୀୟ କର୍ମୀମାନଙ୍କୁ ଉଦବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଯୋଗଦେଇଛନ୍ତି । ରାଜନାଥଙ୍କ କାର୍ଯ୍ୟକ୍ରମରେ ପଡୋଶୀ ବାଲେଶ୍ୱର, କେନ୍ଦୁଝର ଓ ମୟୂରବଞ୍ଜ କର୍ମୀମାନେ ଯୋଗ ଦେବେ । ତାଙ୍କ ସାଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସର୍ଚ୍ଚ ଇଞ୍ଜିନ ଗୁଗୁଲରେ ବେଷ୍ଟ ଟଇଲେଟ ପେପରେ ଇନ ଦ ୱାଲର୍ଡ

ସର୍ଚ୍ଚ ଇଞ୍ଜିନ ଗୁଗୁଲରେ ବେଷ୍ଟ ଟଇଲେଟ ପେପରେ ଇନ ଦ ୱାଲର୍ଡ

Read More...

ରଙ୍ଗେଇଲୁଣ୍ଡା ବ୍ଳକରେ କ୍ୟାଣ୍ଡେଲ ସଭାଯାତ୍ରା ଓ ନୀରବ ପ୍ରାର୍ଥନା

ରଙ୍ଗେଇଲୁଣ୍ଡା ବ୍ଳକରେ କ୍ୟାଣ୍ଡେଲ ସଭାଯାତ୍ରା ଓ ନୀରବ ପ୍ରାର୍ଥନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: