ସିଦ୍ଧେଶ୍ବର ଓ ବାସୁଦେବପୁରରେ ଜବରଦଖଲ ଉଚ୍ଛେଦ

January 06, 2020, ଓଡ଼ିଶା, ଗଞ୍ଜାମ, Kiran Behera
ସିଦ୍ଧେଶ୍ବର ଓ ବାସୁଦେବପୁରରେ ଜବରଦଖଲ ଉଚ୍ଛେଦ
Kiran Behera
[ Reporter,Digapahandi ]
Bhagyaprabha News Bureau
January 06, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ବର ଓ ବାସୁଦେବପୁର ରାଜସ୍ବ ନିରୀକ୍ଷକ ସର୍କଲରେ ସରକାରୀ ଜାଗାକୁ ନିଜ ଅକ୍ତିଆରରେ ରଖିଥିବାବେଳେ ସୋମବାର ସ୍ଥାନୀୟ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ଦ୍ବାରା ଜବରଦଖଲ ଉଚ୍ଛେଦ କରାଯାଇଥିବା ଜଣାପଡିଛି । ସୁଚନାନୁସାରେ , ସିଦ୍ଧେଶ୍ବର ରାଜସ୍ବ ନିରୀକ୍ଷକ ସର୍କଲରେ ରହିଥିବା ଗୋପାଳପୁର ଗ୍ରାମର କିଛି ଲୋକ ଦୀର୍ଘ ଦିନ ଧରି ସରକାରୀ ଜାଗାକୁ ନିଜର କରି ସେଠାରେ ୪ଟି ଗାଇ ଗୁହାଳ ମାନ ବସାଇଥିଲେ । ଏହାକୁ ନେଇ ସ୍ଥାନୀୟ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ଦିଗପହଣ୍ଡି ପୋଲିସଙ୍କ ଉପସ୍ଥିତରେ ସୋମବାର ପୁର୍ବାହ୍ନରେ ଜେସିବି ସାହାର୍ଯ୍ୟରେ ଉକ୍ତ ଗୁହାଳମାନଙ୍କୁ ଜବର ଦଖଲ ଉଠାଇଥିଲେ । ତେବେ ଉକ୍ତ ସ୍ଥାନରୁ ଗୁହାଳ ମାଲିକ ମାନଙ୍କୁ ଉଠାଯାଇ ସେଠାରେ ଅଙ୍ଗନୱାଡି , କୋଠାଘର ଓ କଲ୍ୟାଣ ମଣ୍ଡପ କରାଯିବ ବୋଲି ତହସିଲଦାର ସୁଚନା ଦେଇଛନ୍ତି । ଏହାପରେ ୨୦୦୯ ମସିହାରେ ବାସୁଦେବପୁର ମୌଜାରେ ବସୁନ୍ଧରାରେ ବାସଗୃହହୀନ ଲୋକଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲେ ମଧ୍ୟ ସେମାନଙ୍କ ଜାଗା ଚିହ୍ନଟ କରାଯାଇନଥିଲା । ପରେ ସେହି ଜାଗାରେ ଗଛ ଗୁଡିକ ବଢି ଜଙ୍ଗଲ ସଦୃଶ ହୋଇଯାଇଥିଲା । ବର୍ତ୍ତମାନ ତହସିଲଦାର ଶ୍ରୀ ସ୍ବାଇଁ ଉକ୍ତ ସ୍ଥାନକୁ ଜେସିବି ଦ୍ବାରା ସଫା କରି ଉପରୋକ୍ତ ୧୧୫ ଜଣ ହିତାଧିକାରୀଙ୍କୁ ଜାଗା ଚିହ୍ନଟ କରିବାକୁ ପଦକ୍ଷେପ ନେଇଛନ୍ତି । ଉକ୍ତ ଜବରଦଖଲ ଉଚ୍ଛେଦ ସମୟରେ ସ୍ଥାନୀୟ ଏସଆଇ ବଳଭଦ୍ର ଗଣ୍ଡ , ପୋଲିସ କର୍ମଚାରୀ ଓ ବାସୁଦେବପୁର ରାଜସ୍ୱ ନିରୀକ୍ଷକ ମିକିରାଣୀ ସାହୁ , ସିଦ୍ଧେଶ୍ବର ରାଜସ୍ୱ ନିରୀକ୍ଷକ ତିଳୋତ୍ତମା ଦୋରା ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

Read More...

ବଡଖେମୁଣ୍ଡି ରାଜାଙ୍କ ଅନ୍ତିମସଂସ୍କାର

ବଡଖେମୁଣ୍ଡି ରାଜାଙ୍କ ଅନ୍ତିମସଂସ୍କାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: