ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

January 06, 2020, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ
BHAGYAPRABHA NEWS
[ INPUT ]
Bhagyaprabha News Bureau
January 06, 2020

ବ୍ରହ୍ମପୁରରେ ୨୧ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉପଜିଲ୍ଲାପାଳ ବ୍ରହ୍ମପୁର ଶ୍ରୀ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଅଧ୍ୟକ୍ଷତା କରିଥିବାବେଳେ ଆର.ଆଇ.ଅଫ ପୋଲିସ ଶ୍ରୀ ଦିଲ୍ଲୀପ କୁମାର ବେହେରା , ଜିଲ୍ଲା ସଂସ୍କୃତ ଅଧିକାରୀ ଶ୍ରୀ ସଙ୍କରର୍ଷଣ ପଟ୍ଟନାୟକ ଉପସ୍ଥିତ ଥିଲେ । ଉପଖଣ୍ଡସ୍ଥିତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇ ବିବରଣୀ ପାଠ ଉପସ୍ଥାପନା କରିଥିଲେ । ଚଳିତ ବର୍ଷ ଖଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ୟାରେଡ ପଡିଆରେ ଆନୁଷ୍ଠାନିକ ଭାବେ ପୁର୍ବାହ୍ନ ୮ଘଣ୍ଟା୩୦ ମିନଟ ସମୟରେ ଜାତୀୟ ପତାକା ମୁଖ୍ୟ ଅତିଥୀଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଆସନ୍ତା ୧୦ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବ୍ରହ୍ମପୁରଠାରେ ଅନୁଷ୍ଠିତ ହେବ । ଏହି ବୈଠକରେ ବ୍ରହ୍ମପୁର ଷ୍ଟାଡିୟମ ଓ ଆର.ସି ଶ୍ରୀ କାଜଲ ସାହୁ , ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା , ସହାୟକ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ସେଠୀ , ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ , ଶିକ୍ଷଯତ୍ରୀ , ଅଧ୍ୟାପକ , ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏମବିସି ଟିଭି ପକ୍ଷରୁ ବ୍ରହ୍ମପୁର ଠାରେ ସାରଳା ବିଶ୍ୱ ଭାଷା ପଦଯାତ୍ରା

ଏମବିସି ଟିଭି ପକ୍ଷରୁ ବ୍ରହ୍ମପୁର ଠାରେ ସାରଳା ବିଶ୍ୱ ଭାଷା ପଦଯାତ୍ରା

Read More...

ସିଦ୍ଧେଶ୍ବର ଓ ବାସୁଦେବପୁରରେ ଜବରଦଖଲ ଉଚ୍ଛେଦ

ସିଦ୍ଧେଶ୍ବର ଓ ବାସୁଦେବପୁରରେ ଜବରଦଖଲ ଉଚ୍ଛେଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: