ପୋଙ୍ଗଲ ପାଇଁ ଉତ୍ସବମୁଖର ବ୍ରହ୍ମପୁର

January 14, 2020, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ପୋଙ୍ଗଲ ପାଇଁ ଉତ୍ସବମୁଖର ବ୍ରହ୍ମପୁର
BHAGYAPRABHA NEWS
[ INPUT ]
Bhagyaprabha News Bureau
January 14, 2020

ମକର ପର୍ବ ଆସିଲେ ଦକ୍ଷିଣ ପାର୍ବଣ ମୁଖର ହୋଇ ଉଠେ ଦକ୍ଷିଣ ଓଡିଶା । ଏହି ପର୍ବ ଚାରି ଦିନ ଧରି ପ୍ରଥମ ଦିନ ଭୋଗୀ, ଦ୍ୱିତୀୟ ଦିନ ମକର ସଂକ୍ରାନ୍ତି ତଥା ପାଣ୍ଡୁଗା ଓ ତୃତୀୟ ଦିନରେ କାନୁମା ଏବଂ ଚତୁର୍ଥ ଦିନରେ ମୁକାନୁମା ପାଳନ ହୋଇଥାଏ । ବ୍ରହ୍ମପୁରରେ ତେଲୁଗୁ ଭାଷାଭାଷୀ ସଂପ୍ରଦାୟ ମାନେ ପୋଙ୍ଗଲ ପର୍ବ ପାଳନ ପୁର୍ବକ ଏକାଠି ହୋଇଥାନ୍ତି । ତେବେ ଆଜି ଭୋଗୀ ଅବସରରେ ସକାଳ ୭ଟା ୩୦ରେ ସତ୍ୟନାରାୟଣ ମନ୍ଦିରରୁ ପୂର୍ଣ୍ଣ କୁମ୍ଭ ସହିତ ପଟୁଆରରେ ବାହାରି ରାମଲିଙ୍ଗମ୍‌ ଟ୍ୟାଙ୍କ୍‌ ରୋଡ଼ ହୋଇ ପ୍ରକାଶମ୍‌ ହଲ୍‌ରେ ପହଞ୍ଚିବା ପରେ ପୂର୍ଣ୍ଣ କୁମ୍ଭ ସ୍ଥାପନ କରି ସଂକ୍ରାନ୍ତି ଲକ୍ଷ୍ମୀଙ୍କୁ ସ୍ୱାଗତ କରିବେ । ତେବେ ମକର ସଂକ୍ରାନ୍ତି ଅବସରରେ ନୂଆ ଚାଉଳରେ ଖିରି ପ୍ରସ୍ତୁତ କରି ସଂକ୍ରାନ୍ତି ଲକ୍ଷ୍ମୀଙ୍କୁ ପୂଜା କରାଯିବ । ସେଠାରୁ ପୁଣି ପ୍ରକାଶମ୍‌ ହଲ୍‌ରେ ପହଞ୍ଚି ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତି ହୋଇଛି । କେବଳ ତେଲଗୁ ଭାଷାଭାଷୀ ନୁହେଁ ଓଡ଼ିଆ ମାନେ ଏହି ପର୍ବରେ ସାମିଲ ହୋଇ ମଜା ନେଇଥାନ୍ତି । ଚାରିଦିନ ଧରି ତେଲଗୁ ସଂପ୍ରଦାୟର ଏହି ଉତ୍ସବକୁ ବେଶ ଉପଭୋଗ କରୁଛନ୍ତି ।


ଆଜି ଭୋଗୀ ହେଉଥିବାବେଳେ ସୋମବାର ରାତିରୁ ଉତ୍ସବ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ତେଲୁଗୁ ସଂପ୍ରଦାୟର ଲୋକେ ନିଆଁ ଜାଳି ପାଳନ କରିଛନ୍ତି ଭୋଗୀ । ଗୀତ ନାଚ ସାଙ୍ଗକୁ ପିଠା ପଣାର ଆସର । ବଡ଼ବଜାର, ସାନବଜାର, ପ୍ରେମନଗର, ଖଲାସି ସାହି, ବଗୁଲା ସାହି, ପ୍ରଥମ ମିଲିଟାରୀ ସାହି, ବାଚୁଆରୀ ସାହି ପ୍ରମୁଖ ଅଞ୍ଚଳରେ ଦେଖିବାକୁ ମିଳିଛି ଭୋଗୀ । କାଠ ନିଆଁ ସହ ପୂଜା କରୁଥିବା କୁଆଁରୀ ଝିଅ ମାନେ ପୂର୍ବରୁ ରଖିଥିବା ଶୁଖିଲା ଗୋବର ପିଣ୍ଡୁଳା ମାଳ କରି ପକାଇଥାନ୍ତି । ବହୁ ପୁରାତନକାଳରୁ ତେଲୁଗୁ ସଂପ୍ରଦାୟରେ ଏହି ପରମ୍ପରା ରହିଛି । ଭୋଗୀ ପରଦିନ ମକର ସଂକ୍ରାନ୍ତି ତଥା ପାଣ୍ଡୁଗା । ମକର ସଂକ୍ରାନ୍ତିରେ ପୂଜା ପାଠ ହୋଇଥାଏ । ପିଠାପଣା ହୋଇଥାଏ । ମକର ଚାଉଳ ରନ୍ଧା ହୋଇଥାଏ । ଏହି ଦିନ ବେଶ ଖୁସି ମନାଇଥାନ୍ତି ମହିଳା ।


ନୂଆ ବସ୍ତ୍ର ପରିଧାନ କରିଥାନ୍ତି । ସାଙ୍ଗ ସାଥି ସହ ଖୁସି ମନାଇଥାନ୍ତି । ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ସବୁ ଜାତିର ଲୋକେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି ଏବଂ ପିଠାପଣା ମଧ୍ୟ ହୋଇଥାଏ । ତୃତୀୟ ଦିନରେ ଆସେ କାନୁମା । ଚାଷୀ ବିଲରୁ ଫସଲ ଅମଳକରି ଘରକୁ ଆଣେ । ଏହି ଦିନ କେହି ଆମିଷ ଖାଇନଥା'ନ୍ତି । ଶେଷଦିନ ମୁକାନ୍ନୁମା ପାଳନ କରାଯାଏ । ବର୍ଷ ସାରା ଗାଈ, ଗୋରୁ ପରିଶ୍ରମ କରି ଫସଲ କରିବାରେ ସାହାଯ୍ୟ କରନ୍ତି। ଏହି ଦିନ ଏହି ଗୃହପାଳିତ ପଶୁଙ୍କୁ ପୂଜା କରାଯାଇଥାଏ ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପିର ପରବର୍ତ୍ତି ସଭାପତି ହେବେ ଜେପି ନଡା

ବିଜେପିର ପରବର୍ତ୍ତି ସଭାପତି ହେବେ ଜେପି ନଡା

Read More...

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: