ସମ୍‌ ହସପିଟାଲରେ ରାଜ୍ୟରେ ପ୍ରଥମ ଲିଭର୍ ପ୍ରତିରୋପଣ

March 06, 2020, ସ୍ବାସ୍ଥ୍ୟ, ଖୋର୍ଦ୍ଧା, BHAGYAPRABHA NEWS
 ସମ୍‌ ହସପିଟାଲରେ ରାଜ୍ୟରେ ପ୍ରଥମ ଲିଭର୍ ପ୍ରତିରୋପଣ
BHAGYAPRABHA NEWS
[ INPUT ]
Bhagyaprabha News Bureau
March 06, 2020

ଭୁବନେଶ୍ବରସ୍ଥିତ ସମ ହସ୍ପିଟାଲରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ କରାଯିବା ସହ ଏକ ବିରଳ ସଫଳତା ହାସଲ କରିବାସହ ରାଜ୍ୟର ଚିକିତ୍ସା ଇତିହାସରେ ସଫଳତାର ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଛି। ସମ୍‌ ହସପିଟାଲରେ ଜଣେ ରୋଗୀଙ୍କ ଶରୀରରେ ଲିଭର ପ୍ରତିରୋପଣ କରାଯାଇଛି । ୪୦ ଜଣିଆ ଡାକ୍ତରୀ ଦଳ ଏପରି ବିରଳ ଆସ୍ତ୍ରୋପଚାର କରିଥିବା ବେଳେ , ତାହା ସଫଳ ହୋଇଛି । ବାଲେଶ୍ବର ଜିଲ୍ଲା କନ୍ଥିଆ ଟିକରର ଜୟନ୍ତ ବିଶ୍ବାଳ ଲିଭର ବା ଯକୃତ ଜନୀତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ।ତାଙ୍କ ଲିଭର ଅକାମୀ ହୋଇପଡିଥିବା ବେଳେ ଲିଭର ପ୍ରତିରୋପଣ ଲାଗି ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ ।ଆନୁସଙ୍ଗିକ ପରୀକ୍ଷା ନୀରିକ୍ଷା ପରେ ଜୟନ୍ତଙ୍କ ଆବଶ୍ୟକତା ସହ ତାଙ୍କ ପୁଅ ସୌମ୍ୟରଞ୍ଜନଙ୍କ ଯକୃତ ମ୍ୟାଚ୍‌ କରିଥିଲା । ସୌମ୍ୟ ଯକୃତ ଦାନ କରିଥିବା ବେଳେ ତାହା ଜୟନ୍ତଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ଏହି ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟା ଦିନ ୩ଟାରୁ ଆରମ୍ଭ ହୋଇ ରାତି ୧୨ଟାରେ ସରିଥିଲା । ଦୀର୍ଘ ୯ ଘଣ୍ଟା ଧରି ଚାଲିଥିଲା ଏହି ବିରଳ ଅପରେସନ । ଏହି ଅପରେସନ ପ୍ରକ୍ରିୟାରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଏବଂ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲର ୪୦ ଜଣ ଡାକ୍ତର ସାମିଲ ହୋଇଥିଲେ । ପୂରା ଅସ୍ତ୍ରୋପଚାରର ନେତୃତ୍ବ ନେଇଥିଲେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ସାହୁ । ଅପରେସନ ପୂର୍ବରୁ ସମ ହସ୍ପିଟାଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏକ ସପ୍ତାହ ପୂର୍ବରୁ ସ୍ବତନ୍ତ୍ର ଭାବେ ଟିମ୍‌ ଗଠନ କରାଯାଇ ଜୟନ୍ତ ବିଶ୍ବାଳଙ୍କ ଦେହରେ ଲିଭର ପ୍ରତିରୋପଣ ପାଇଁ ଆନୁସଙ୍ଗିକ ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜୟନ୍ତଙ୍କ ସହ ତାଙ୍କ ପୁଅ ତତା ଲିଭର ଡୋନର ସୌମ୍ୟ ରଞ୍ଜନଙ୍କର ମଧ୍ୟ ଡାକ୍ତରୀ ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଅପରେସନର ସମସ୍ତ ଚିକିତ୍ସା ଖର୍ଚ୍ଚ ମାଗଣାରେ ଯୋଗାଇ ଦେଇଛନ୍ତି ସମ ହସ୍ପିଟାଲ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚିନିକଳ ପ୍ରତିଷ୍ଠାନ ଦାବିରେ ୧୨ ଘଣ୍ଟିଆ ନୟାଗଡ଼ ବନ୍ଦ

ଚିନିକଳ ପ୍ରତିଷ୍ଠାନ ଦାବିରେ ୧୨ ଘଣ୍ଟିଆ ନୟାଗଡ଼ ବନ୍ଦ

Read More...

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: