ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

March 06, 2020, ଅପରାଧ, ନବରଙ୍ଗପୁର, BHAGYAPRABHA NEWS
ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ
BHAGYAPRABHA NEWS
[ INPUT ]
Bhagyaprabha News Bureau
March 06, 2020

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ । ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଗଣେଶ୍ୱର କଅଁରଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ନବରଙ୍ଗପୁର ସ୍ଥିତ ଭଡ଼ାଘର ସହ ଭୁବନେଶ୍ବର,ଗଜପତି ସମେତ ମୋଟ ୬ଟି ସ୍ଥାନରେ ରେଡ୍‌ କରାଯାଉଛି । ୧୦ଟି ଟିମ ରେଡରେ ସାମିଲ ହୋଇଛନ୍ତି । ଗତ ୩ମାସରେ ଲୋକଙ୍କ ଠାରୁ ଗଣେଶ୍ୱର ଲର୍ନିଂ ଲାଇସେନ୍‌ସ ବାବଦକୁ ପ୍ରାୟ ୨୦ଲକ୍ଷ ଟଙ୍କା ଓ ତାଙ୍କ ବିଭାଗର ଜଣେ ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀନାଥ ହରିଜନଙ୍କ ଠାରୁ ୭୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏ ଘଟଣାକୁ ୧୨ ଦିନ ବିତିଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଲକ୍ଷ୍ମୀନାଥ । ଟଙ୍କା ଦେଲେ ଲାଇସେନ୍ସ ମିଳୁଥିବା ଲକ୍ଷ୍ମୀନାଥ ଅଭିଯୋଗ କରିଥିଲେ । ସେପଟେ ଲକ୍ଷ୍ମୀନାଥଙ୍କ ଅଭିଯୋଗ ପରେ ଏସପି ନିତିନ କୁସଲକର ତଦନ୍ତ କରାଯାଉଥିବା କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସମ୍‌ ହସପିଟାଲରେ ରାଜ୍ୟରେ ପ୍ରଥମ ଲିଭର୍ ପ୍ରତିରୋପଣ

ସମ୍‌ ହସପିଟାଲରେ ରାଜ୍ୟରେ ପ୍ରଥମ ଲିଭର୍ ପ୍ରତିରୋପଣ

Read More...

ଇଡି ସ୍କାନରରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ

ଇଡି ସ୍କାନରରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: