ଡୁଡଲ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲା ଗୁଗଲ

April 13, 2020, ବିଶେଷ, , BHAGYAPRABHA NEWS
ଡୁଡଲ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲା ଗୁଗଲ
BHAGYAPRABHA NEWS
[ INPUT ]
Bhagyaprabha News Bureau
April 13, 2020

ଗୁଗୁଲ୍ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରି କରୋନା ଭାଇରସ୍ ସହ ଲଢୁଥିବା ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛି ।କରୋନା ମୁକାବିଲା ପାଇଁ ବର୍ତ୍ତମାନ ଭାରତରେ ଲକ୍ ଡାଉନ୍ ଜାରି ରହିଛି । ଏଥି ସହିତ ସାଧାରଣ ଲୋକ ମଧ୍ୟ କରୋନାକୁ ପରାସ୍ତ କରିବାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଉଛନ୍ତି । ସେହିଭଳି ଗୁଗୁଲ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରିଛି । ଗୁଗୁଲର ଡୁଡଲ୍ ଉପରେ ଟ୍ୟାପ୍ କରିବା ମାତ୍ରେ ଆପଣ ଏଠାରେ ଭାଇରସ୍ ସମ୍ବନ୍ଧୀୟ ସମସ୍ତ ଖବର ଏବଂ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇପାରିବେ । ଏହା ବ୍ୟତୀତ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି ଯେଉଁଥିରେ ଡାକ୍ତରମାନେ କରୋନା ଭାଇରସ୍ ମୁକାବିଲା ପାଇଁ ଟିପ୍ସ ଦେଉଛନ୍ତି । ଅନ୍ୟପକ୍ଷରେ ଡାକ୍ତରମାନେ ଲୋକଙ୍କୁ ଲକ୍ ଡାଉନ୍ ରେ ଘର ଭିତରେ ରହିବାକୁ ନିବେଦନ କରିଛନ୍ତି ।କରୋନା ଭାଇରସ୍ ବିସ୍ତାରକୁ ଦେଖି ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଯାହା ଅପ୍ରେଲ ୧୪ରେ ଶେଷ ହେବ । ଅବଶ୍ୟ ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଆଗକୁ ବଢିପାରେ ବୋଲି ଜଣାପଡିଛି । କିନ୍ତୁ ସରକାର ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାଁନ୍ତି ।ବର୍ତ୍ତମାନ ଭାରତରେ କରୋନା ଭାଇରସ୍ ଯୋଗୁଁ ୩୦୮ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୯୧୫୨ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି । ଏଥିସହିତ ଏପର୍ଯ୍ୟନ୍ତ ୮୫୬ ଜଣ ଲୋକ ସୁସ୍ଥ ହୋଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

Read More...

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଟିହ୍ନଟ

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଟିହ୍ନଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: