ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

April 14, 2020, ଦେଶଦୁନିଆ, , BHAGYAPRABHA NEWS
ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି
BHAGYAPRABHA NEWS
[ INPUT ]
Bhagyaprabha News Bureau
April 14, 2020

ଆଉ କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ବଢିପାରେ ଲକ ଡାଉନ ଅବଧି । ସାରା ଦେଶରେ କଣ ରହିବ ଲକଡାଉନର ଚିତ୍ର ସେନେଇ ଆଜି ହୋଇପାରେ ଏକ ବଡ ଘୋଷଣା । ଆଜି ସକାଳ ୧୦ ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକଡାଉନ ଅବଧି ବୃଦ୍ଧି ପ୍ରସଙ୍ଗରେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏମିତିକି ଲକଡାଉନ ଅବଧି ବୃଦ୍ଧି ନେଇ ସଙ୍କେତ ବି ଦେଇଥିଲେ । ଆଉ ସେବେଠାରୁ ପୁରା ଦେଶ ମୋଦିଙ୍କ ବାର୍ତ୍ତାକୁ ଅପେକ୍ଷା କରିଛି । ଆଶା କରାଯାଉଛି କିଛି କଟକଣା କୋହଳ କରିବା ସହ ଲକଡାଉନ ଅବଧି ବୃଦ୍ଧି ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଟ୍ୱିଟ ଆସିବା ପରେ ଆଜି ମୋଦି ଦେଶକୁ ସମ୍ବୋଧନ କରିବା ସ୍ପଷ୍ଟ ହୋଇଛି । ତେବେ ସମଗ୍ର ଦେଶକୁ ତିନୋଟି ଜୋନରେ ବିଭକ୍ତ କରିବାର ସମ୍ଭାବନା ରହିଛି ।ଯେଉଁ ଅଂଚଳରେ କରୋନା ଅତିମାତ୍ରାରେ ସଂକ୍ରମିତ ହୋଇଛି, ସେ ଅଂଚଳକୁ ରେଡ ଜୋନ, ଯେଉଁଠାରେ କମ ସଂକ୍ରମିତ ହୋଇଛନ୍ତି, ସେ ଅଂଚଳକୁ ଅରେଞ୍ଜ ଏବଂ ଯେଉଁ ଅଂଚଳକୁ କୋରୋନା ଆଦୌ ସଂକ୍ରମିତ ହୋଇନାହିଁ, ସେ ଅଂଚଳକୁ ଗ୍ରୀନ ଜୋନରେ ରଖିବାକୁ ଘୋଷଣା କରିବାର ସମ୍ଭାବନା ରହିଛି । ରେଡ ଜୋନକୁ ସଂପୂର୍ଣ୍ଣ କଟକଣା ମଧ୍ୟରେ ରଖିବା ସହ ଅରେଞ୍ଜ ଜୋନକୁ କେତେକାଂଶ ଏବଂ ଗ୍ରୀନ ଜୋନକୁ କଟକଣା କୋହଳ କରିପାରନ୍ତି ବୋଲି ଆଶାକରାଯାଉଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆରୋଗ୍ୟ ଲାଭ କଲେ ଆଉ ପାଞ୍ଚଜଣ କରୋନା ଆକ୍ରାନ୍ତ

ଆରୋଗ୍ୟ ଲାଭ କଲେ ଆଉ ପାଞ୍ଚଜଣ କରୋନା ଆକ୍ରାନ୍ତ

Read More...

ଡୁଡଲ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲା ଗୁଗଲ

ଡୁଡଲ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲା ଗୁଗଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: