୭୦ ପରିବାରଙ୍କୁ ରାସନ ବଣ୍ଟନ

May 06, 2020, ବିଶେଷ, ରାୟଗଡ଼ା, Hari Narayan Das
 ୭୦ ପରିବାରଙ୍କୁ ରାସନ ବଣ୍ଟନ
Hari Narayan Das
[ Reporter, Rayagada ]
Bhagyaprabha News Bureau
May 06, 2020

କରୋନା ମହାମାରୀ ବ୍ୟାପୁଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଗାଁ ଗାଁରେ ଲୋକଙ୍କୁ ସହାୟତା ହାତ ବଢେଇଛି ଏକ ଘରୋଇ ପ୍ରତିଷ୍ଠିତ ସଂସ୍ଥା । ରାୟଗଡ଼ା ଯେମଦେଇପେଣ୍ଠ ଗ୍ରାମପଞ୍ଚାୟତର ମହାଦେବକାକିଲି ଗ୍ରାମରେ ରିଭର ଅଫ ଲାଇଫ ମିନିଷ୍ଟ୍ରି ଇଣ୍ଡିଆ ସଂସ୍ଥା ପକ୍ଷରୁ ଉକ୍ତ ଗ୍ରାମର ପ୍ରାୟ ୭୦ ପରିବାରଙ୍କୁ ରାସନ ଓ ନିତ୍ୟ ଆବଶ୍ୟକ ସାମଗ୍ରୀ ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରିଭର ଅଫ ଲାଇଫ ମିନିଷ୍ଟ୍ରି ଇଣ୍ଡିଆ ସଂସ୍ଥାର ନିର୍ଦେଶକ ଆର୍ ପଲ ମାହାନନ୍ଦିଆ, ଜୀବନ ଜୋତି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଅଞ୍ଜୁ ତିର୍କୀଙ୍କ ସମେତ ଯେମଦେଇପେଣ୍ଠ ସରପଞ୍ଚ ନଗେଶ ହରକା, ଚାମେଶ ପୁଆଲା, ଗଣ୍ଡାଗୁଡା ୱାର୍ଡ ମେମ୍ବର ସୁରେଶ ବିଡ଼ିକା, ସ୍ଥାନୀୟ ଠିକାଦାର ବସନ୍ତ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ କରୋନା ମହାମାରୀ ଠାରୁ କିପରି ନିଜକୁ ସୁରକ୍ଷିତ ରଖିବା ଓ ନିଜ ପରିବେଶକୁ ଏବଂ ନିଜକୁ ସଫା ସୁତୁରା ରଖିବା ସହ ବାରମ୍ବାର ସେନିଟାଇଜର୍ ବା ସାବୁନ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ହାତ ଧୋଇବା, ଅତି ଅବଶକ୍ୟ ଥିଲେ ହିଁ ମାସ୍କ ପିନ୍ଧି ଘରୁ ବାହାରକୁ ବାହାରିବା । ଏଭଳି କିଛି ସଚେତନତାର ବାର୍ତ୍ତା ଗ୍ରାମାଞ୍ଚଳରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବା ଜୀବନ ଜୋତି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମତି ତିର୍କୀ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲିସର ମଦଭାଟି ଉପରେ ଅତର୍କିତ ଚଢ଼ାଉ: ୭୨୦ ଲିଟର ଜବତ

ପୋଲିସର ମଦଭାଟି ଉପରେ ଅତର୍କିତ ଚଢ଼ାଉ: ୭୨୦ ଲିଟର ଜବତ

Read More...

ବେଆଇନ ମଦ ଚୋରାଚାଲାଣ ବେଳେ ପୋଲିସ ଜିମାରେ ୩ ଅପରାଧୀ

ବେଆଇନ ମଦ ଚୋରାଚାଲାଣ ବେଳେ ପୋଲିସ ଜିମାରେ ୩ ଅପରାଧୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: