ପୋଲିସର ମଦଭାଟି ଉପରେ ଅତର୍କିତ ଚଢ଼ାଉ: ୭୨୦ ଲିଟର ଜବତ

May 06, 2020, ଅପରାଧ, ଗଞ୍ଜାମ, Kiran Behera
ପୋଲିସର ମଦଭାଟି ଉପରେ ଅତର୍କିତ ଚଢ଼ାଉ: ୭୨୦ ଲିଟର ଜବତ
Kiran Behera
[ Reporter,Digapahandi ]
Bhagyaprabha News Bureau
May 06, 2020

ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ କେ. ନୂଆଗାଁ ଥାନା ଅର୍ନ୍ତଗତ କଳବାଡ ଅଧିନରେ ଥିବା ଏକ ଦେଶୀ ମଦଭାଟି ଉପରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିବା ବେଳେ ପୋଲିସ ଉକ୍ତ ଭାଟି ନିକଟରୁ ୭୨୦ ଲିଟର ଦେଶୀମଦ ଜବତ କରିଥିବା ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ କୋଟିଲିଙ୍ଗି ଗ୍ରାମର ରତ୍ନାକର ସାହୁ , ଗୋଳନ୍ଥରା ଥାନା ଲିମାକୁଡିଆ ଗ୍ରାମର ପିତ ସୋମନାଥ ଏବଂ ଧାନରାଶି ଗ୍ରାମର ଗଣେଶ ନାଇକ ବୋଲି ଖବର ମିଳିଥିବା ଜଣାପଡିଛି । ଖବରନୁଯାୟୀ , ସମଗ୍ର ଦେଶରେ ଏବେ କରୋନା ବିପତ୍ତିକୁ ନେଇ ଜନସାଧାରଣଙ୍କ ମନ ଭିତରେ ଚିନ୍ତା ଘାରି ହୋଇ ରହିଥିବା ବେଳେ ପୋଲିସ କର୍ମଚାରୀ ଏବଂ ପ୍ରଶାସନିକ ଅଧିକାରୀ ମାନେ ଜଣେ ଜଣେ କରୋନା ଯୋଦ୍ଧା ଭାବେ ଜନ ସାଧାରଣଙ୍କୁ ସେବା ଯୋଗାଇଦେବା ସହ ବାରମ୍ବାର ସଚେତନ କରାଉଛନ୍ତି । କିନ୍ତୁ ଲକଡାଉନର ଫାଇଦା ଉଠାଇ କିଛି ଅସାମାଜିକ ବ୍ୟକ୍ତି ମଦ ଭଳି ମାରାତ୍ମକ ନିଶାଦ୍ରବ୍ୟ ପ୍ରସ୍ତୁତ କରି ପ୍ରଚୁର ଟଙ୍କା ଲୋଭରେ ଜନସାଧାରଣଙ୍କୁ ଚଢା ଦରରେ ବିକ୍ରୀ କରୁଥିବା ସହ ମୃତ୍ୟୁ ମୁଖକୁ ଠେଲି ଦେଉଥିବା ଜଣାପଡିଛି । ପୋଲିସର କହିବାନୁଯାୟୀ , ଦୀର୍ଘ ବର୍ଷ ହେଲା ଉକ୍ତ ସ୍ଥାନରେ ମଦ ମାଫିଆମାନେ ମଦ ପ୍ରସ୍ତୁତ କରିବା ସହ ଲକଡାଉନ୍ କଟକଣା ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ମଦ କାରବାର ସକ୍ରୀୟ ରଖିଥିଲେ । ଖବରପାଇ ବୁଧବାର ଦିନ ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ନେତୃତ୍ବରେ , ଚିକିଟି ତହସିଲଦାର ହରପ୍ରସାଦ ଭୋଇ , କ. ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ ଓ ପୋଲିସ କର୍ମଚାରୀମାନେ ଅତର୍କିତ ଭାବରେ ଚଢ଼ାଉ କରି ବହୁଳ ପରିମାଣରେ ଦେଶୀମଦ ଜବତ କରିଥିଲେ। ଗୋଟିଏ ଜାରରେ ୪୦ ଲିଟର ଲେଖାଏଁ ୧୮ ଟି ଜାରରୁ ସମୁଦାୟ ୭୨୦ ଲିଟର ମଦ ଜବତ ହୋଇଥିବା ଜଣାପଡିଛି ।ଏହି ସଂକ୍ରାନ୍ତରେ ଥାନା କେସ ନଂ ୧୦୩/୨୦ ଏବଂ ଅବକାରୀ ଆଇନର ଧାରା ୫୨ (ପ) ଅନୁଯାୟୀ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ମାନଚିତ୍ରରେ  ମୟୁରଭଞ୍ଜ ଜିଲ୍ଲା ସାମିଲ

କରୋନା ମାନଚିତ୍ରରେ ମୟୁରଭଞ୍ଜ ଜିଲ୍ଲା ସାମିଲ

Read More...

 ୭୦ ପରିବାରଙ୍କୁ ରାସନ ବଣ୍ଟନ

୭୦ ପରିବାରଙ୍କୁ ରାସନ ବଣ୍ଟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: