ସହାୟତା ଦାବିକଲେ ଗାଡି ଚାଳକ ଓ ହେଲ୍ପର

May 09, 2020, ଓଡ଼ିଶା, ଗଞ୍ଜାମ, Kiran Behera
ସହାୟତା ଦାବିକଲେ ଗାଡି ଚାଳକ ଓ ହେଲ୍ପର
Kiran Behera
[ Reporter,Digapahandi ]
Bhagyaprabha News Bureau
May 09, 2020

ରାଜ୍ୟରେ କରୋନା ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଜନସାଧାରଣଙ୍କ ହିତ ନିମନ୍ତେ ବହୁ ଉଚ୍ଚ ପଦକ୍ଷେପ ନିଆଯାଉଥିବା ଜଣାପଡିଛି । କିନ୍ତୁ ଲକଡାଉନ ପ୍ରଭାବରେ ସମସ୍ତ ଲୋକମାନେ ପ୍ରଭାବିତ ହୋଇଛନ୍ତି । ଏହି ଅବସରରେ ଦିଗପହଣ୍ଡି ଅଞ୍ଚଳରେ ରହୁଥିବା ଗାଡି ଚାଳକ ଓ ହେଲ୍ପର ମାନେ ବର୍ତ୍ତମାନ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ତେଣୁ ସେମାନଙ୍କୁ ସରକାରୀ ସହାୟତା ନିମନ୍ତେ ଶ୍ରମିକ ସଙ୍ଗଠନ ଅଖିଳ ଭାରତ ଟ୍ରେଡ୍ ୟୁନିୟନ କଂଗ୍ରେସ ( ଏ ଆଇ ଟି ୟୁ ସି) ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର ଦାବୀ କରିଛନ୍ତି । ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟ ଶ୍ରମିକ ସଙ୍ଗଠନ ଏ ଆଇ ଟି ୟୁ ସି କାର୍ଯ୍ୟାଳୟରୁ ସ୍ଥାନୀୟ ଖେମୁଣ୍ଡି ମିନିବସ୍ ଗାଡି ଚାଳକ ଓ ହେଲ୍ପର ସଙ୍ଘର ସମସ୍ତ କର୍ମକର୍ତ୍ତା , ସଦସ୍ୟ ବୃନ୍ଦ ନୀରବ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।ସାମାଜିକ ଦୂରତ୍ବ ଅବଲମ୍ବନ ପୂର୍ବକ ସେମାନେ ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁଙ୍କୁ ସାକ୍ଷାତ କରି ସରକାରୀ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ପରେ ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ,କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ , ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର , ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ , ଦିଗପହଣ୍ଡି ବିଡ଼ିଓ ହଳଧର ଶବର ,ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ ସ୍ମାରକପତ୍ରର ଅବିକଳ ନକଲ ଡାକ ଯୋଗେ ପ୍ରେରଣ କରାଯାଇଥିବା ନେଇ ଗାଡି ଚାଳକ ଓ ହେଲ୍ପର ସଙ୍ଘ ସମ୍ପାଦକ ହରିକୃଷ୍ଣ ଗୌଡ , କର୍ମକର୍ତ୍ତା ଗୋବିନ୍ଦ ନନ୍ଦ, ସନ୍ତୋଷ ବେହେରା , ସୁରେନ୍ଦ୍ର ସାହୁ , ମନୋଜ ଗୌଡ ପ୍ରମୁଖ ଜଣାଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତମିଆ ସୁକତେଲ ବ୍ରିଜ୍‌ଭୁଶୁଡ଼ିବା ଘଟଣାରେ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ତମିଆ ସୁକତେଲ ବ୍ରିଜ୍‌ଭୁଶୁଡ଼ିବା ଘଟଣାରେ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

Read More...

କଳିଙ୍ଗ ବୈଶ୍ଯ ମହାସଂଘ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

କଳିଙ୍ଗ ବୈଶ୍ଯ ମହାସଂଘ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: