ତମିଆ ସୁକତେଲ ବ୍ରିଜ୍‌ଭୁଶୁଡ଼ିବା ଘଟଣାରେ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

May 09, 2020, ଅପରାଧ, ବଲାଙ୍ଗୀର, Gupteswar Prusty
ତମିଆ ସୁକତେଲ ବ୍ରିଜ୍‌ଭୁଶୁଡ଼ିବା ଘଟଣାରେ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ
Gupteswar Prusty
[ Reporter-balangir ]
Bhagyaprabha News Bureau
May 09, 2020

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ତାଙ୍କ ସ୍ଥାନରେ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଏପ୍ରିଲ୍‌ ୨୯ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍‌ ଭୁଶୁଡ଼ି ଯିବା ଯୋଗୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।ସୂଚନାଯୋଗ୍ୟ, ୨୦୧୪ ମସିହା ଜାନୁଆରୀ ମାସରେ ୧୮୨ ମିଟର ଦୀର୍ଘ ବିଶିଷ୍ଟ ଏହି ବ୍ରିଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ମାତ୍ର ୧ ବର୍ଷ ୪ ମାସ ମଧ୍ୟରେ ଏହି ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏଥିନିମନ୍ତେ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଧାର୍ଯ୍ୟ ସମୟ ପୂର୍ବରୁ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ ଏବଂ ଏହାର ଗୁଣବତ୍ତା ଯୋଗୁ ଠିକା ସଂସ୍ଥାକୁ ପୁରସ୍କୃତ କରାଯାଇଥିଲା। ହେଲେ ଏହାର ଗୋଟିଏ ପିଲର ଦବି ଯାଇଥିଲା।ଗତ ୨୯ ତାରିଖରେ ମରାମତି କାମ ଚାଲିଥିବାବେଳେ‌ ବ୍ରିଜଟି ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଡି.ଆଇ.ଜି ହିମାଂଶୁ ଲାଲ, ଗ୍ରାମ୍ୟ ନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ପହଞ୍ଚି ତଦନ୍ତ କରିଥିଲେ। ଉକ୍ତ ସମୟରେ ଠିକା ସଂସ୍ଥାର ଜଣେ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପାଟଣାଗଡ ପୁଲିସ୍‌।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୟାଗଡ଼ରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

ନୟାଗଡ଼ରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

Read More...

ସହାୟତା ଦାବିକଲେ ଗାଡି ଚାଳକ ଓ ହେଲ୍ପର

ସହାୟତା ଦାବିକଲେ ଗାଡି ଚାଳକ ଓ ହେଲ୍ପର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: