ମନ୍ଦିର ଜମି ବେଆଇନ ବିକ୍ରି ଏବଂ ଚାଷୀର ସ୍ବାର୍ଥହାନୀ ବିରୋଧରେ ସ୍ବର ଉଠାଇଲା ବିଜେଡି

June 12, 2020, ରାଜନୀତି, ଗଞ୍ଜାମ, Kiran Behera
ମନ୍ଦିର ଜମି ବେଆଇନ ବିକ୍ରି ଏବଂ ଚାଷୀର ସ୍ବାର୍ଥହାନୀ ବିରୋଧରେ ସ୍ବର ଉଠାଇଲା ବିଜେଡି
Kiran Behera
[ Reporter,Digapahandi ]
Bhagyaprabha News Bureau
June 12, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନୂଆସାହି ନିକଟସ୍ଥ ରାଧାମୋହନ ଓ ରାଧା ଦାମୋଦର ମନ୍ଦିରର ଜମିକୁ ଟ୍ରଷ୍ଟି ବେଆଇନ ଭାବେ ବିକ୍ରି କରିଥିବା ଏବଂ ଚାଷୀର ସ୍ବାର୍ଥହାନୀ ବିରୋଧରେ ଶୁକ୍ରବାର ଦିନ ସ୍ଥାନୀୟ ଚନ୍ଦ୍ରଚୁଡେଶ୍ବର ମନ୍ଦିର ପ୍ରାଙ୍ଗଣରେ ବିଜୁ ଜନତା ଦଳ ପକ୍ଷରୁ ଦଲିଲକୁ ରଦ୍ଦ କରିବା ପାଇଁ ତଥା କାର୍ଯ୍ୟାନୁଷ୍ଠାନ ଦାବି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଖବରନୁଯାୟୀ , ଦିଗପହଣ୍ଡି ରାଧାମୋହନ ଓ ରାଧା ଦାମୋଦର ମନ୍ଦିର ଜମି ଖାତା ନଂ -୧୨୭ ରେ ଥିବା ଏସି ୫.୯୩୩ ଡେସିମିଲି ଦୋ ଫସଲି ଜମିକୁ ନିଲାମର ନିୟମକୁ ଉଲ୍ଲଂଘନ କରି ନିମ୍ନଦରରେ ବିକ୍ରି , ମନ୍ଦିର ଜମିରେ ଶହ ଶହ ବର୍ଷ ଧରି ଚାଷ କରୁଥିବା ଚାଷୀମାନଙ୍କର ଅଗୋଚରରେ ବିକ୍ରି ହେବା ବିଧି ମୁତାବକ ନୁହେଁ ଅନ୍ୟପକ୍ଷରେ ଏହି ଲକଡାଉନ ସମୟରେ ମନ୍ଦିର ପ୍ରାଙ୍ଗଣରେ ସରକାର ନିୟମକୁ ଉଲ୍ଲଂଘନ କରି ତରବରିଆ ଭାବେ ନିଲାମ ଡାକିବା ବେଆଇନ ତଥା ସମସ୍ତ ଜନସାଧାରଣଙ୍କ ସନ୍ଦେହ ଦୃଢିଭୂତ କରିବା ସହ ଦେବୋତ୍ତର ବିଭାଗର କୈାଣସି ଅଫିସର ଅନୁପସ୍ଥିତିରେ ଏହି ବିଭାଗର ନିଲାମ ବୈଧ ନୁହେଁ । ସରକାରୀ ମୂଲ୍ୟ ଅନୁସାରେ ସମ୍ପତ୍ତିର ମୂଲ୍ୟ ୨ କୋଟି ହୋଇଥିବା ବେଳେ ଟ୍ରଷ୍ଟିକୁ ୫୦ ଲକ୍ଷ ପୈଠ କରିବା ଭିତ୍ତିହୀନ , ଅବଶିଷ୍ଟ ୧ କୋଟି ୫୦ ଲକ୍ଷ ଟଙ୍କା କଣ ହେଲା ତାହାର ତଦନ୍ତ ନିମନ୍ତେ ଯୁକ୍ତି ବାଢ଼ିଥିଲେ । ଶେଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘଟଣାର ବିଧିବଦ୍ଧ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ଦାବି କରିଛନ୍ତି । ଯଦି ଘଟଣାର କୈାଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଆଗାମୀ ଦିନ ଭାଗଚାଷୀ ଓ ଦଳପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନ ଜୋର ଧରିବ ବୋଲି ଚେତାବନୀ ଦେଇଛନ୍ତି । ଏହି ବୈଠକରେ ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ନଗର ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ , ପୂର୍ବତନ ନଗରପାଳ ଭି. ରବି ନାରାୟଣ ରାଜୁ , ହୃଦୟ ରଞ୍ଜନ ମେକାପ , ପି . ତ୍ରିନାଥ , ନିଳାଞ୍ଚଳ ରଥ , ପ୍ରେମାନନ୍ଦ ନନ୍ଦ , ପଞ୍ଚାନନ ସ୍ବାଇଁ , ପ୍ରଦୀପ କୁମାର ଚୌଧୁରୀ ,ଏମ୍ . ଶିବରାମ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲସରା ଆମ ପୋଲିସର ରକ୍ତଦାନ ଶିବିର

ପୋଲସରା ଆମ ପୋଲିସର ରକ୍ତଦାନ ଶିବିର

Read More...

ଘୋଡାହାଡ ନଦୀଗଣ୍ଡରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

ଘୋଡାହାଡ ନଦୀଗଣ୍ଡରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: