କ୍ଷୁଦ୍ର ଚଳଚ୍ଚିତ୍ର ଭିସିଡି "ଇତି କଳାକାର ଉବାଚ" ଲୋକାର୍ପିତ

July 03, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
କ୍ଷୁଦ୍ର ଚଳଚ୍ଚିତ୍ର ଭିସିଡି
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
July 03, 2020

ରାଜ୍ୟର ସର୍ବବୃହତ୍ କଳାକାର ପ୍ରତିଷ୍ଠାନ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ସ୍ଵନକ୍ଷତ୍ର ଦିବସ ଅବସରରେ କରୋନା ମହାମାରୀ ପ୍ରକୋପ ଜନିତ ନାନାବିଧ କଟକଣା ଭିତରେ ପ୍ରଥମ ବାର୍ଷିକୋତ୍ସବ ପାଳନ କରା ନ ଯାଇ କେବଳ ସଂଘ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ଭିସିଡି "ଇତି କଳାକାର ଉବାଚ" ର ଲୋକାର୍ପିତ ହୋଇଯାଇଛି । ସାମାଜିକ ଦୂରତ୍ବ ତଥା ପ୍ରଶାସନିକ ନିୟମ ପାଳନ ସହିତ ସ୍ଥାନୀୟ ଜାତୀୟ ସଙ୍ଗୀତ କଲକେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଳାକାର ତଥା ପୂର୍ବତନ କର୍ପୋରେଟର ବଦ୍ରି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିସିଡିଟିକୁ ଲୋକାର୍ପିତ କରିବା ସହିତ ମାତ୍ର ଗୋଟାଏ ବର୍ଷ ଅବଧି ଭିତରେ ସଂଘ ଯେଭଳି ଭାବରେ ଉଭୟ କଳା ଓ କଳାକାରଙ୍କ ହୀତ ସାଧନ ତଥା ପ୍ରକୃତ ପଞ୍ଚମ ବେଦର ପ୍ରଚାରକ ଭାବରେ ଜଗତ କଲ୍ୟାଣ କାର୍ଯ୍ୟ ସମ୍ପାଦିତ କରି ଚାଲିଛି ବାସ୍ତବିକ୍ ତାହା ଅତ୍ୟନ୍ତ ପ୍ରଶଂସାର୍ହ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ନୃତ୍ୟ ଶିଳ୍ପୀ ସୁବାସ ଚନ୍ଦ୍ର ସାହୁ ମାମା ଅଧ୍ୟକ୍ଷତା କରିଥିବା ବେଳେ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଥିଲେ । ଲୋକାର୍ପିତ ଭିସିଡିଟିର କାହାଣୀ ଓ ଚିତ୍ରନାଟ୍ୟ ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା ରଚନା କରିଥିବା ବେଳେ ନାଟ୍ୟ ଗୌରବ ଡା. ତିରୁପତି ସାହୁ ନିର୍ଦ୍ଦେଶନା ଦେଇଥିଲେ । ଏହି ଅବସରରେ ସଂଘ ପକ୍ଷରୁ ବରିଷ୍ଠ ଲୋକ କଳା ବିତ୍ ଅଭିମନ୍ୟୁ ବିଶୋୟୀ, ଲୋକନାଟ୍ୟ ନିର୍ଦ୍ଦେଶକ ବିଜୁଳି ଦାସ, ସୁନାମଧନ୍ୟ କଣ୍ଠଶିଳ୍ପୀ ଇସ୍ମାଇଲ୍ ଖାନ୍, ଲୋକନୃତ୍ୟବିତ୍ ସାହେବ ସାହୁ, ବରିଷ୍ଠ ରୂପକାର ବଳରାମ ମହାପାତ୍ର ପ୍ରମୁଖଙ୍କୁ ସଂଘ ପକ୍ଷରୁ ଯତ୍ କିଞ୍ଜିତ୍ ଆର୍ଥିକ ସହାୟତା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଛଳରେ ସଂଘର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଲକ୍ଷ୍ମୀ ନାରାୟଣ ସାମଲ, ନୀଳ ମାଧବ ଜେନା, କୁନୁ ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ଭଗବାନ ସାମଲ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଥଣ୍ଡା , କାଶ , ଜ୍ୱର ହେଉଥିବା ବ୍ୟକ୍ତି ଚିକିତ୍ସାଳୟ ପରିବର୍ତ୍ତେ କୋଭିଡ କେୟାର ସେଣ୍ଟର ଯାଇ ନିଜର ଚିକିତ୍ସା କରାନ୍ତୁ : ଜିଲ୍ଲାପାଳ

ଥଣ୍ଡା , କାଶ , ଜ୍ୱର ହେଉଥିବା ବ୍ୟକ୍ତି ଚିକିତ୍ସାଳୟ ପରିବର୍ତ୍ତେ କୋଭିଡ କେୟାର ସେଣ୍ଟର ଯାଇ ନିଜର ଚିକିତ୍ସା କରାନ୍ତୁ : ଜିଲ୍ଲାପାଳ

Read More...

ଗାଡି ଧକ୍କାରେ ରକ୍ତାକ୍ତ ହୋଇ ପଡ଼ିଥିବା ଗାଈକୁ ଚିକିତ୍ସିତ କଲେ ସାହି ବାସୀନ୍ଧା।

ଗାଡି ଧକ୍କାରେ ରକ୍ତାକ୍ତ ହୋଇ ପଡ଼ିଥିବା ଗାଈକୁ ଚିକିତ୍ସିତ କଲେ ସାହି ବାସୀନ୍ଧା।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: