ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ସଟଡ଼ାଉନ ଘୋଷଣା କଲେ ମହିଳା ସରପଞ୍ଚ

July 08, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ସଟଡ଼ାଉନ ଘୋଷଣା କଲେ ମହିଳା ସରପଞ୍ଚ
Kiran Behera
[ Reporter,Digapahandi ]
Bhagyaprabha News Bureau
July 08, 2020

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଳକର ଖଲିଙ୍ଗି ପଞ୍ଚାୟତକୁ କରୋନା ସଂକ୍ରମଣ ଭୟରେ ବୁଧବାର ଦିନ ସ୍ଥାନୀୟ ମହିଳା ସରପଞ୍ଚ ମଧୁସ୍ମିତା ବିଷୋୟୀ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୭ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଥିବା ଜଣାପଡିଛି । ଖବରନୁଯାୟୀ , ସାନଖେମୁଣ୍ଡି ବ୍ଲକରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଛୁଇଁଥିବା ଜଣାପଡିଛି । ଆଜି ପୁଣିଥରେ ଖଲିଙ୍ଗି ପଞ୍ଚାୟତରେ କିଛି ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସଂକ୍ରମଣ ଭୟରେ ତଥା ପଞ୍ଚାୟତବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ସରପଞ୍ଚ ପ୍ରଶାସନ ନିକଟରେ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଉକ୍ତ ଗ୍ରାମରେ ଧେଣ୍ଡୁରା ମାରି ପଞ୍ଚାୟତକୁ ସଟଡାଉନ ଘୋଷଣା କରିଥିଲେ । ତେବେ ଏହି ସଟଡାଉନ ସମୟରେ ଜରୁରୀକାଳୀନ ସେବା ସହ ଚାଷୀମାନେ ଚାଷକାର୍ଯ୍ୟ କରିପାରିବେ ବୋଲି କହିଛନ୍ତି ସରପଞ୍ଚ ମଧୁସ୍ମିତା ବିଷୋୟୀ । ଏଥିସହ ସମସ୍ତ ଜନସାଧାରଣ ସରକାର ନିୟମକୁ ସହଯୋଗ କରିବା ସହ ସାମାଜିକ ଦୂରତ୍ବ ରକ୍ଷା କରି ବାହାରକୁ ବାହାରିବା ସମୟରେ ମାସ୍କ ପରିଧାନ କରିବା ତେବେ କରୋନା ଠାରୁ ମୁକ୍ତି ପାଇପାରିବା ବୋଲି ସଚେତନ କରାଇଥିଲେ । ଏହି ସମୟରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସଞ୍ଜୟ ରାଉତ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆଜିଠାରୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ପାଞ୍ଚ ଦିନିଆ ସଟଡାଉନ୍

ଆଜିଠାରୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ପାଞ୍ଚ ଦିନିଆ ସଟଡାଉନ୍

Read More...

ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ମନା

ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ମନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: