ଆଜିଠାରୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ପାଞ୍ଚ ଦିନିଆ ସଟଡାଉନ୍

July 09, 2020, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
 ଆଜିଠାରୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ପାଞ୍ଚ ଦିନିଆ ସଟଡାଉନ୍
BHAGYAPRABHA NEWS
[ INPUT ]
Bhagyaprabha News Bureau
July 09, 2020

କରୋନା ଚେକ୍ ଭାଙ୍ଗିବା ପାଇଁ ଆଜିଠୁ ଗଞ୍ଡାମ ଜିଲ୍ଲାର ସହରାଞ୍ଚଳରେ ଲାଗୁ ହୋଇଛି ସଟଡାଉନ୍ । ଆସନ୍ତା ୧୩ ତାରିଖ ଯାଏଁ ଜିଲ୍ଲାର ସମସ୍ତ ମ୍ୟୁନିସିପାଲିଟି, ହିଞ୍ଜିଳାକାଟୁ ପୌରାଞ୍ଚଳ, ବ୍ରହ୍ମପୁର ମହାନଗର ନିଗମ ଓ ବ୍ଲକ ହେଡକ୍ୱାର୍ଟର ଅଞ୍ଚଳରେ କଟକଣା ବଳବତ୍ତର ରହିବ । ଏହି ସମୟରେ ଚାଲିବ ଡୋର୍ ଟୁ ଡୋର ସ୍କ୍ରିନିଂ । ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘରୁ ବୁଲି ଲୋକଙ୍କୁ ସ୍କ୍ରିନିଂ କରିବେ । ପାଞ୍ଚ ଦିନରେ ପାଖାପାଖି ୭ ଲକ୍ଷ ଲୋକଙ୍କୁ ସ୍କ୍ରିନିଂ କରାଯିବ । ଏହି ସମୟରେ ଲୋକଙ୍କୁ ଘରେ ରହିବା ସହ କରୋନା ଲକ୍ଷଣ ଥିଲେ ନଲୁଚାଇବା ପାଇଁ ଅପିଲ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଡୋର୍ ଟୁ ଡୋର୍ ସ୍କ୍ରିନିଂ ପାଇଁ ଦୁଇ ଶହଟି ସ୍ୱାସ୍ଥ୍ୟ ଯାଞ୍ଚ ଟିମ୍ ଗଠନ କରାଯାଇଛି । ପାଞ୍ଚ ଦିନିଆ ସଟଡାଉନ୍ ବେଳେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ଜାରି ରହିବ କୃଷି ଓ ସ୍ୱାସ୍ଥ୍ୟ ସେବା । ସମସ୍ତ ସରକାରୀ ଅଫିସ, ସହରାଞ୍ଚଳରେ ଥିବା ବ୍ୟାଙ୍କ ବନ୍ଦ ରହିବ । ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଛି । ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।ଗତକାଲି ଗଞ୍ଜାମ-ଖୋର୍ଦ୍ଧା-ନୟାଗଡ଼ ବର୍ଡର ସିଲ୍ କରାଯାଇଥିଲା । ଏମକେସିଜି ହସ୍ପିଟାଲର ଓପିଡିକୁ ସାଧାରଣ ରୋଗୀଙ୍କ ପାଇଁ ବନ୍ଦ କରାଯାଇଛି । ଗ୍ରାଉଣ୍ଡରେ ସ୍ଥିତି ଯାଞ୍ଚ କରିଥିଲେ ପୋଲିସ ଡିଜି ଅଭୟ । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଚିନ୍ତା ବଢ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାହାଘର ବେଳେ ବରଯାତ୍ରୀ ମନା

ବାହାଘର ବେଳେ ବରଯାତ୍ରୀ ମନା

Read More...

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ସଟଡ଼ାଉନ ଘୋଷଣା କଲେ ମହିଳା ସରପଞ୍ଚ

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ସଟଡ଼ାଉନ ଘୋଷଣା କଲେ ମହିଳା ସରପଞ୍ଚ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: