ଦିଗପହଣ୍ଡିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

July 15, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
Kiran Behera
[ Reporter,Digapahandi ]
Bhagyaprabha News Bureau
July 15, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନରେ ରହିଥିବା ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯାହାକି ଦିଗପହଣ୍ଡି ସହର ସମେତ ବ୍ଳକର ବହୁ ଲୋକ ଏଠାକାର ସ୍ବାସ୍ଥ୍ୟବସ୍ଥା ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏଠାରେ ଦିନକୁ ଦିନ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିପଡିଛି । ଯାହାକୁ ନେଇ ବୁଧବାର ସକାଳେ କଂଗ୍ରେସ , ସିପିଆଇ ଓ ସିପିଆଇ (ଏମ୍) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଖବରପ୍ରକାରେ , କରୋନା ମହାମାରୀ ଯୋଗୁଁ ଗତ କିଛିଦିନ ତଳେ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର , ଫାର୍ମାସିଷ୍ଟ ଓ କିଛି କର୍ମଚାରୀମାନେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ । ଯାହାଫଳରେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ବର୍ତ୍ତମାନ ମେଡିକାଲକୁ ସାନିଟାଇଜର କରାଯାଇଥିବା ବେଳେ ପୂର୍ବଭଳି ରୋଗୀସେବା ବଳବର୍ତ୍ତର ରଖାଯିବା ପାଇଁ ନିର୍ଦ୍ଦେଶ ରହିଅଛି । କିନ୍ତୁ ଡାକ୍ତରମାନେ ରୋଗୀମାନଙ୍କର ଚିକିତ୍ସା କରିବା ଦୂରର କଥା ଏକ କାଗଜରେ ମେଡ଼ିସିନ ଲେଖି ରୋଗୀକୁ ଫେରାଇ ଦେଉଛନ୍ତି । ଯାହାକୁ ନେଇ ବୁଧବାର ଦିନ ସ୍ଥାନୀୟ ଅଞ୍ଚଳରେ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ସେମାନଙ୍କ କହିବାନୁଯାୟୀ , ଗଞ୍ଜାମ ଜିଲ୍ଲାରେ ଏବେ ବହୁ ଲୋକ କରୋନାରେ ସଂକ୍ରମିତ ହେବା ସହ କିଛି ମୃତ୍ୟୁବରଣ ମଧ୍ୟ କରିଛନ୍ତି । ଏହାର ପ୍ରଭାବ ଦିଗପହଣ୍ଡି ଏନ୍ ଏସି ଓ ବ୍ଳକରେ ମଧ୍ୟ ଦେଖିବାକୁ ମିଳିଛି । ଏପରିକି ଦିଗପହଣ୍ଡିରେ ପ୍ରତ୍ୟେକ ଦିନ ଶହଶହ ଲୋକ ଜ୍ବରରେ ପୀଡିତ ରହୁଥିବା ଜଣାପଡିଛି କିନ୍ତୁ ସମସ୍ତେ କରୋନାରେ ଆକ୍ରାନ୍ତ ନ ଥିବା ବେଳେ ସଂକ୍ରମଣ ଭୟରେ ଡାକ୍ତର କିମ୍ବା କର୍ମଚାରୀ ମାନେ ଚିକିତ୍ସା କରୁନାହାନ୍ତି । ଯାହାଫଳରେ ରୋଗୀମାନେ ଉତ୍ତମ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଛନ୍ତି । ରାଜ୍ୟ ସରକାର ଲକଡାଉନ ଓ ସଟଡ଼ାଉନ କଟକଣା ଜାରି କରିଥିବା ବେଳେ ମେଡିକାଲ ଷ୍ଟୋର ମାନଙ୍କରେ ଔଷଧ ମିଳୁନାହିଁ ଏବଂ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିଛନ୍ତି । ଯାହାଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧା ହେବାକୁ ପଡୁଥିବା ଜଣାପଡିଛି । ତେଣୁ ଆଜି ଏହି ତିନିଦଳର ନେତୃବୃନ୍ଦ ମିଳିତଭାବେ ଦିଗପହଣ୍ଡି ଏନ୍ ଏସି ଓ ବ୍ଳକ ଅଞ୍ଚଳରେ କେବଳ ଘୋଷଣାରେ ସୀମିତ ନ ରହି ନିର୍ଦ୍ଧିଷ୍ଟ କାର୍ଯ୍ୟକାରୀ ପଦକ୍ଷେପ ନେବାକୁ ସରକାରଙ୍କୁ ଆହ୍ବାନ କରିବା ସହ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ଉପସ୍ଥିତ ନେତୃବୃନ୍ଦ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାନ୍ୟବର ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ଡଃ ସୂର୍ଯ୍ୟନାରାୟଣ ପାତ୍ର ଏ ଦିଗରେ ଦୃଷ୍ଟି ଦେବାକୁ ଦୃଢ଼ତାର ସହ ସାଧାରଣରେ ଦାବି କରିଥିଲେ । ଆଗାମୀ ଦିନରେ ଯଦି କୌଣସି ପନ୍ଥା ସରକାର ପକ୍ଷରୁ ଅବଲମ୍ବନ କରାନଯାଏ ତେବେ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବି ସମୟରେ ସିପିଆଇ (ଏମ୍) ନେତା କୈଳାସ ଷଡଙ୍ଗୀ , ସିପିଆଇ ନେତା ଅଳକନାଥ ମିଶ୍ର , କଂଗ୍ରେସ ନେତା ପ୍ରଫୁଲ୍ଲ ପଣ୍ଡା ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହୃଦଘାତରେ ମୃତ୍ୟୁ

ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହୃଦଘାତରେ ମୃତ୍ୟୁ

Read More...

ଦିଗପହଣ୍ଡି ପୋଲିସ ପକ୍ଷରୁ ଚେକ୍ ଗେଟରେ ଯାନବାହାନ ଯାଞ୍ଚ କଡାକଡି

ଦିଗପହଣ୍ଡି ପୋଲିସ ପକ୍ଷରୁ ଚେକ୍ ଗେଟରେ ଯାନବାହାନ ଯାଞ୍ଚ କଡାକଡି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: