ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହୃଦଘାତରେ ମୃତ୍ୟୁ

July 15, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହୃଦଘାତରେ ମୃତ୍ୟୁ
Kiran Behera
[ Reporter,Digapahandi ]
Bhagyaprabha News Bureau
July 15, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶିଶିର କୁମାର ଦାସଙ୍କ (୫୨) ବୁଧବାର ଅପରାହ୍ନ ୫ ଟାରେ ହୃଦଘାତରେ ସ୍ଥାନୀୟ ବାସଭବନରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଦାସ ୧୯୯୦ ମସିହା ପରଠାରୁ ଉକ୍ତ ବିଦ୍ଯାଳୟରେ ଜଣେ ସାଧାରଣ ଶିକ୍ଷକ ରୂପେ ନିଜ କର୍ମ ଜୀବନରେ ପାଦ ଦେଇଥିଲେ । ଏହାପରେ ୮ ବର୍ଷ ହେଲା ବିଦ୍ଯାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । କିନ୍ତୁ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ଛୁଟି ରହିଥିବା ବେଳେ ନିଜ ପରିବାର ସହ ସମୟ ଅତିବାହିତ କରୁଥିବା ବେଳେ ଆଜି ଅପରାହ୍ନରେ ଆକସ୍ମିକ ଭାବେ ହୃଦଘାତରେ ଟଳି ପଡିଥିଲେ । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଦାସ ଜଣେ ମେଳାପୀ , ଛାତ୍ର ବତ୍ସଳ,ସୁନାମଧନ୍ଯ , ଲୋକପ୍ରିୟ , ବିଦ୍ଯାଳୟ ସୁପରିଚାଳକ ଏବଂ ବିଦ୍ଯାଳୟ ସୁପରିଚାଳନାରେ ଦୁଇଦୁଇ ଥର ପୁରଷ୍କୃତ ପାଇ ବିଦ୍ଯାଳୟ ଓ ଗ୍ରାମ ପାଇଁ ଗୌରବ ଆଣିଥିଲେ । ପ୍ରଧାନଶିକ୍ଷକଙ୍କ ଏଭଳି ଦୁଃଖଦ ବିୟୋଗରେ ଆଜି ସାରା ଦିଗପହଣ୍ଡି ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ଏଭଳି ଦୁଃଖଦ ସମୟରେ ଦିଗପହଣ୍ଡି ବିଇଓ ବସନ୍ତ କୁମାର ପଣ୍ଡା , ଏବିଇଓ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ସିଆରସିସି ଉପେନ୍ଦ୍ର କୁମାର ପଣ୍ଡା , ବିଦ୍ଯାଳୟ ମୁଖ୍ୟ କିରାଣୀ ଜି. ଗୌତମ ଦୋରା ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅନ୍ତିମ ଦର୍ଶନ କରିବା ସହ ଶୋକାକୁଳ ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାୟଗଡ ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତରେ

ରାୟଗଡ ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତରେ

Read More...

ଦିଗପହଣ୍ଡିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଦିଗପହଣ୍ଡିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: