ରାଜ୍ୟସଭା ସାଂସଦ ଅମର ସିଂଙ୍କ ଦେହାନ୍ତ

August 01, 2020, ଦେଶଦୁନିଆ, , BHAGYAPRABHA NEWS
ରାଜ୍ୟସଭା ସାଂସଦ ଅମର ସିଂଙ୍କ ଦେହାନ୍ତ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 01, 2020

ଆଜି ଅପରାହ୍ଣରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ନେତା ଅମର ସିଂହଙ୍କର ୬୪ ବର୍ଷ ବୟସରେ ସିଙ୍ଗାପୁରରେ ଦେହାନ୍ତ ହୋଇଯାଇଛି।ଦୀର୍ଘଦିନ ଧରି ଅସୁସ୍ଥ ଥିବା ସିଂ କିଛି ମାସ ହେବ ସିଙ୍ଗାପୁରରେ ଚିକିତ୍ସାଧୀନ ଥିଲେ। ନିକଟରେ 'ମୁମ୍ବାଇ ମିରର୍‌'ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସେ ଗୁରୁତର ଅବସ୍ଥାରେ 'ଆଇସିୟୁ'ରେ ଥିଲେ ଏବଂ ତାଙ୍କ ପରିବାରବର୍ଗ ମଧ୍ୟ ତାଙ୍କ ପାଖରେ ଥିଲେ। ୨୦୧୩ରେ ତାଙ୍କ ବୃକକ ଅକାମି ହୋଇ ଯାଇଥିଲା।ଅସୁସ୍ଥତା ସତ୍ତେ୍ୱ ଅମର ସାମାଜିକ ଗଣମାଧ୍ୟମରେ ଖୁବ୍ ସକ୍ରିୟ ଥିଲେ। ଆଜି ମଧ୍ୟ ସେ ସ୍ୱାଧୀନତା ସଂଗ୍ରାମୀ ଏବଂ ଶିକ୍ଷାବିତ ବାଳଗଙ୍ଗାଧର ତିଳକଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଟୁଇଟ୍ କରିବା ସହ ନିଜ ଅନୁଗାମୀମାନଙ୍କୁ ଇଦ୍ ଅଲ୍ ଆଧା ଉପଲକ୍ଷେ ଶୁଭେଚ୍ଛା ଜ୍ଞାପନ କରିଥିଲେ।କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଉଠିଥିବା ଗୁଜବର ଖଣ୍ଡନ ପାଇଁ ମାର୍ଚ ୨ ତାରିଖ ଦିନ ମଧ୍ୟ ସେ ଅନ୍ୟ ଏକ ଭିଡିଓ ପୋଷ୍ଟ୍‌ କରିଥିଲେ। ଭିଡିଓ ସହ ଛୋଟ ବାର୍ତ୍ତାରେ ସେ ଲେଖିଥିଲେ: 'ଟାଇଗର୍ ଜିନ୍ଦା ହୈ' ଅର୍ଥାତ୍ 'ବାଘ ବଞ୍ଚିଛି'।ସମାଜବାଦୀ ପାର୍ଟି ଛାଡ଼ିବା ପରେ ଜଣେ ରାଜନେତା ଭାବେ ସିଂହଙ୍କ ଗୁରୁତ୍ବ ହ୍ରାସ ପାଇଥିଲା। ସେ ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ଅତି ଘନିଷ୍ଠ ବୋଲି ଦିନେ ବିବେଚିତ ହେଉଥିଲେ। ନିକଟରେ ସେ ଟୁଇଟ୍ କରିଥିଲେ ଯେ ସେ ଆଉ କେବେ ହେଲେ ସମାଜବାଦୀ ପାର୍ଟିକୁ ଫେରିବେ ନାହିଁ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗ୍ନିକାଣ୍ଡରେ ଅର୍ଦ୍ଧଦଗ୍ଧ ପିଡୀତା ନାବାଳିକାଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା

ଅଗ୍ନିକାଣ୍ଡରେ ଅର୍ଦ୍ଧଦଗ୍ଧ ପିଡୀତା ନାବାଳିକାଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା

Read More...

ଗଂଜାମ ଜିଲ୍ଲାରେ ଅପରାହ୍ନ ୪ରୁ ସକାଳ ୫ଟା ଯାଏଁ ଜାରି ରହିବ ନାଇଟ କର୍ଫ୍ୟୁ

ଗଂଜାମ ଜିଲ୍ଲାରେ ଅପରାହ୍ନ ୪ରୁ ସକାଳ ୫ଟା ଯାଏଁ ଜାରି ରହିବ ନାଇଟ କର୍ଫ୍ୟୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: