ଅଗ୍ନିକାଣ୍ଡରେ ଅର୍ଦ୍ଧଦଗ୍ଧ ପିଡୀତା ନାବାଳିକାଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା

August 01, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଅଗ୍ନିକାଣ୍ଡରେ ଅର୍ଦ୍ଧଦଗ୍ଧ ପିଡୀତା ନାବାଳିକାଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା
Kiran Behera
[ Reporter,Digapahandi ]
Bhagyaprabha News Bureau
August 01, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ଅନ୍ତର୍ଗତ ଦ୍ବାରଗାଁରେ ଗତ ବୁଧବାର ମଧ୍ୟାହ୍ନରେ ଗ୍ରାମର ନାୟକ ସାହିର ଭାଗିରଥ ନାୟକଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ଦୁଇ ବଖରା ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଭାଗୀରଥଙ୍କ ଝିଅ ମାମା ନାୟକ (୧୬) ଅଗ୍ନି ସଂସ୍ପର୍ଶରେ ଆସି ଶରୀରର ୫୦ ପ୍ରତିଶତ ଭାଗ ପୋଡ଼ି ଯାଇଥିଲା । ପିଡିତା ନାବାଳିକା ଜଣକ ବର୍ତ୍ତମାନ କଟକ ଏସିବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଅବସରରେ ପ୍ରଶାସନର ଅବଗତ ପରେ ଶନିବାର ଦିନ ପିଡୀତା ନାବାଳିକାଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଖବରପ୍ରକାରେ , ମାମା ରୋଷେଇ କରୁଥିବା ସମୟରେ ଅଗ୍ନିକାଣ୍ଡରେ ସଂସ୍ପର୍ଶରେ ଆସି ଅର୍ଦ୍ଧଦଗ୍ଧ ହୋଇଥିଲେ । ଘଟଣାପରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କରାଯାଇ ପ୍ରଥମେ ବମକୋଇ ପରେ ବ୍ରହ୍ମପୁର ଏମକେସିଜିକୁ ପଠାଯାଇଥିଲା । କିନ୍ତୁ ସେଠାରେ ମଧ୍ୟ ପିଡୀତାଙ୍କ ଶରୀରରେ ଅବନତି ଘଟିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ଏସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ନାବାଳିକାଙ୍କ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଭୀମସେନ ସାହୁ ଘଟଣା ସମ୍ପର୍କରେ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କୁ ଜଣାଇବା ସହ ପିଡୀତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ । ଏନେଇ ତହସିଲଦାର ଶ୍ରୀ ସ୍ବାଇଁ ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ରବିବାର ଦିନ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ରେଡକ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ କରିବା ସହ ପିଡୀତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ରବିବାର ଦିନ ସ୍ଥାନୀୟ ତହସିଲଦାର ଶ୍ରୀ ସ୍ବାଇଁ , ସରପଞ୍ଚ ଭୀମସେନ ସାହୁ , ପଦ୍ମନାଭପୁର ରାଜସ୍ବ ନିରୀକ୍ଷକା ପୁଷ୍ପାଞ୍ଜଳି ମଲ୍ଲିକ , ରାଜସ୍ବ ନିରୀକ୍ଷକ ଫକୀର ମୋହନ ରାଉତ ଗ୍ରାମରେ ପହଞ୍ଚି ପରିବାରକୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେେ । ପ୍ରଶାସନର ଏଭଳି ତ୍ୱରିତ କାର୍ଯ୍ୟକ୍ରମକୁ ସରପଞ୍ଚ ଶ୍ରୀ ସାହୁ ଧନ୍ୟବାଦ ଜଣାଇଥିଲେ । ଏଥିସହ ତହସିଲଦାର ଓ ସରପଞ୍ଚଙ୍କ ସ୍ଥାନୀୟ ଗ୍ରାମବାସୀ ସାଧୁବାଦ ଜଣାଇବା ସହ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଞ୍ଜାବରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୮୦ କୁ ବୃଦ୍ଧି

ପଞ୍ଜାବରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୮୦ କୁ ବୃଦ୍ଧି

Read More...

ରାଜ୍ୟସଭା ସାଂସଦ ଅମର ସିଂଙ୍କ ଦେହାନ୍ତ

ରାଜ୍ୟସଭା ସାଂସଦ ଅମର ସିଂଙ୍କ ଦେହାନ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: