ଅଗଷ୍ଟ ୮ରୁ ବିଦେଶ ଫେରନ୍ତାଙ୍କ ପାଇଁ ଲାଗୁ ହେବ ନୂଆ ନିୟମ

August 03, 2020, ଦେଶଦୁନିଆ, , BHAGYAPRABHA NEWS
ଅଗଷ୍ଟ ୮ରୁ ବିଦେଶ ଫେରନ୍ତାଙ୍କ ପାଇଁ ଲାଗୁ ହେବ ନୂଆ ନିୟମ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 03, 2020

ଅଗଷ୍ଟ ୮ରୁ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ନୂଆ ଗାଇଡଲାଇନ୍ ଅନୁସାରେ ଯାତ୍ରୀଙ୍କୁ ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ଅନଲାଇନରେ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଭରିବାକୁ ପଡିବ । ପୋର୍ଟାଲରେ ମଧ୍ୟ ଏନେଇ ସୂଚନା ପ୍ରଦାନ କରାଯାଇଛି ।ଯାତ୍ରୀମାନେ ଫେରିବା ପରେ ୧୪ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଏହାମଧ୍ୟରୁ ୭ଦିନ ସେମାନେ ସରକାରୀ କ୍ୱାରେଣ୍ଟାଇନରେ ରହିବେ । ଏପରିକି ଆଉ ୭ଦିନ ସେମାନେ ହୋମ୍ ଆଇସୋଲେସନରେ ରହିବେ ।ତେବେ ଗର୍ଭବତୀ ମହିଳା, ପରିବାରର କାହାର ମୃତ୍ୟୁ ହେଲେ, ୧୦ ବର୍ଷରୁ କମ୍ ବୟସର ଶିଶୁର ମାତା-ପିତାଙ୍କୁ କ୍ୱାରେଣ୍ଟାଇନ୍‌ରେ କୋହଳ କରାଯିବ । ସେମାନେ ହୋମ ଆଇସୋଲେସନରେ ରହିପାରିବେ । ଅନ୍ୟପଟେ ବୋର୍ଡିଂ ପରେ କେବଳ ବିନା ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ସ୍କ୍ରିନିଂ ପରେ ଯିବାକୁ ଅନୁମତି ମିଳିବ । ବୋର୍ଡିଂ ସମୟରେ ସାମାଜିକ ଦୂରତାକୁ ଗୁରତ୍ୱ ଦିଆଯିବ । ଯେଉଁମାନେ ଯାତ୍ରା ପୂର୍ବରୁ ସେଲଫ୍ ଡିକ୍ଲାରେସନ ଫର୍ମ ଭରି ନଥିବେ ବିମାନରେ ଭରିପାରିବେ । ଏହାର କପି ସ୍ୱାସ୍ଥ୍ୟ ଓ ଇମିଗ୍ରେସନ ଅଧିକାରୀଙ୍କୁ ଦେବାକୁ ହେବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ବାଳ ସୁଧାର ଗୃହରେ କରୋନା

ବ୍ରହ୍ମପୁର ବାଳ ସୁଧାର ଗୃହରେ କରୋନା

Read More...

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ  ୟେଦୁରପ୍ପା ଓ ତାଙ୍କ ଝିଅ  କରୋନା ଆକ୍ରାନ୍ତ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଓ ତାଙ୍କ ଝିଅ କରୋନା ଆକ୍ରାନ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: