ମାମୁଁଙ୍କ ମରଶରୀରକୁ ଅନ୍ତିମ ଦର୍ଶନ ପାଇଁ ଆସିଥିବା ଭଣଜା ସଡକ ଦୁର୍ଘଟଣାରେ ଗୁରୁତର

August 11, 2020, ଅପରାଧ, ଗଞ୍ଜାମ, Kiran Behera
ମାମୁଁଙ୍କ ମରଶରୀରକୁ ଅନ୍ତିମ ଦର୍ଶନ ପାଇଁ ଆସିଥିବା ଭଣଜା ସଡକ ଦୁର୍ଘଟଣାରେ ଗୁରୁତର
Kiran Behera
[ Reporter,Digapahandi ]
Bhagyaprabha News Bureau
August 11, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନରେନ୍ଦ୍ରପୁର ଗ୍ରାମ ଶ୍ମଶାନ ନିକଟରେ ମଙ୍ଗଳବାର ପୂର୍ବାହ୍ନ ୯ ଘଣ୍ଟ ସମୟରେ ଏକ ଭୟାନକ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡିଛି । ନିଜ ମାମୁଁଙ୍କ ମୃତ୍ୟୁ ପରେ ଅନ୍ତିମ ଦର୍ଶନ ପାଇଁ ଭୁବନେଶ୍ବର ସହରରୁ ଆସିଥିବା ଭଣଜାର ସଡକ ଦୁର୍ଘଟଣା ଘଟି ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ହେଲେ ଭୁବନେଶ୍ୱର ସାଲିଆ ସାହି ଏକାମ୍ବ୍ର ବିହାରର ଅନୀଲ ରେଡ୍ଡୀ ବୋଲି ଜଣାପଡିଛି । ଖବରନୁଯାୟୀ , ଗୁରୁତର ଅନୀଲଙ୍କ ମାମୁଁ ସୁଶାନ୍ତ ରେଡ୍ଡୀ ଦିଗପହଣ୍ଡି ଥାନା କାଣ୍ଡେଶ୍ବର ଗ୍ରାମରେ ରହୁଥିବା ବେଳେ ଗତକାଲି ରାତିରେ ଅଚାନକ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇବା ପରେ ଅନୀଲ ନିଜ ପରିବାର ସହ ବିଳମ୍ବିତ ରାତିରେ ଗ୍ରାମରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ । ମଙ୍ଗଳବାର ସକାଳୁ କୈାଣସି କାରଣରୁ ଅନୀଲ ଏକ ଆପାଚି ବାଇକ ( ଓଡି୦୨ ଏକ୍ଯୁ ୮୧୦୨) ଯୋଗେ ଦ୍ରୁତ ଗତିରେ ଦିଗପହଣ୍ଡି ଅଭିମୁଖେ ଯାଉଥିବା ସମୟରେ ନରେନ୍ଦ୍ରପୁର ଗ୍ରାମ ଶ୍ମଶାନ ବୁଲାଣି ରାସ୍ତାରେ ଅନୀଲ ନିୟନ୍ତ୍ରଣ ହରାଇଥିଲେ । ତେବେ ଉକ୍ତ ରାସ୍ତାଦେଇ ଯାଉଥିବା ଟ୍ରାକ୍ଟର (ଓଡି୦୭ ଟି ୧୯୧୬) ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଗ୍ରାମବାସୀଙ୍କ ସହାୟତାରେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ , ପରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମଧ୍ୟ ଅନୀଲଙ୍କ ଚିକିତ୍ସାରେ ଅବନତି ଘଟିବାରୁ କଟକ ମେଡିକାଲ ନେଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିପାରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

Read More...

ରାଜ୍ୟରେ ଆଉ  ୧୩୪୧ କରୋନା ପଜିଟିଭ୍ ଟିହ୍ନଟ

ରାଜ୍ୟରେ ଆଉ ୧୩୪୧ କରୋନା ପଜିଟିଭ୍ ଟିହ୍ନଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: