ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

August 11, 2020, ଦେଶଦୁନିଆ, , BHAGYAPRABHA NEWS
ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 11, 2020

ଦେଶରେ ବ୍ୟାପୀ ଚାଲିଛି କରୋନା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦେଶର ୧୦ଟି ରାଜ୍ୟ । ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଅନ୍ଧ୍ରପ୍ରଦେଶ, ପଂଜାବ ଓ କର୍ଣ୍ଣାଟକ । ଏହି ୧୦ଟି ରାଜ୍ୟ କରୋନାକୁ ମାତ୍ ଦେଇପାରିଲେ ଭାରତ ନିଶ୍ଚିତ ଏହି ଯୁଦ୍ଧରେ ବିଜୟୀ ହୋଇପାରିବ । ଏନେଇ ଆଜି ଏହି ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।ସେ କହିଛନ୍ତି, ୮୦ ପ୍ରତିଶତ କରୋନା କେସ୍ ଏହି ୧୦ ରାଜ୍ୟରୁ ଆସିଛି । ତେଣୁ ଯଦି ଏହି ୧୦ ରାଜ୍ୟରେ ଆମେ କରୋନାକୁ ହରାଇ ପାରିବା ତେବେ ଯାଇ ଦେଶ ବିଜୟୀ ହେବ । ଏଥିସହ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ ୭୨ ଘଂଟିଆ ଫର୍ମୁଲା ମଧ୍ୟ ଦେଇଛନ୍ତି । ଯଦି ଆମେ ୭୨ ଘଂଟା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ କରିପାରିବା ତେବେ ସଂକ୍ରମଣକୁ କାବୁ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି, ବେକାବୁ କରୋନା ଉପରେ ରୋକ ଲଗାଇବାକୁ ହେଲେ ୭୨ ଘଣ୍ଟିଆ ଫର୍ମୂଲା ଉପରେ ଧ୍ୟାନ ଦେବାକୁ ପଡ଼ିବ । କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ୭୨ ଘଣ୍ଟା ଭିତରେ ଟେଷ୍ଟିଂ କରିବା ଜରୁରୀ । କଂଟେନ୍‌ମେଂଟ, କଂଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ଏହି ତିନୋଟି ହେଉଛି କୋଭିଡ-୧୯ର ପ୍ରମୁଖ ଅସ୍ତ୍ର । ଏଥିସହ ଟେଷ୍ଟିଂକୁ ଅଧିକ କରିବା ଉପରେ ଗୁରୁତ୍ୱ ଦେବା ଜାରୁରୀ ବୋଲି ସେ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାପାଙ୍କ ସମ୍ପତ୍ତିରେ ଝିଅର ରହିବ ସମାନ ଅଧିକାର : ସୁପ୍ରିମକୋର୍ଟ

ବାପାଙ୍କ ସମ୍ପତ୍ତିରେ ଝିଅର ରହିବ ସମାନ ଅଧିକାର : ସୁପ୍ରିମକୋର୍ଟ

Read More...

ମାମୁଁଙ୍କ ମରଶରୀରକୁ ଅନ୍ତିମ ଦର୍ଶନ ପାଇଁ ଆସିଥିବା ଭଣଜା ସଡକ ଦୁର୍ଘଟଣାରେ ଗୁରୁତର

ମାମୁଁଙ୍କ ମରଶରୀରକୁ ଅନ୍ତିମ ଦର୍ଶନ ପାଇଁ ଆସିଥିବା ଭଣଜା ସଡକ ଦୁର୍ଘଟଣାରେ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: