ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନ !

August 16, 2020, ଦେଶଦୁନିଆ, , BHAGYAPRABHA NEWS
ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନ !
BHAGYAPRABHA NEWS
[ INPUT ]
Bhagyaprabha News Bureau
August 16, 2020

୭୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଭାରତର ପୂର୍ବତନ କ୍ରିକେଟର୍ ଚେତନ୍ ଚୌହାନ । କ୍ରିକେଟର୍‌ରୁ ପଲିଟିସିଆନ୍ ପାଲଟିଥିବା ଚେତନ ମୃତ୍ୟୁ ପୂର୍ବରୁ ଜୁଲାଇ ମାସରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ । ସେବେଠାରୁ ସେ ଭେଣ୍ଟିଲେଟରରେ ରହିଥିଲାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏତେଟା ଉନ୍ନତି ଦେଖାଦେଇନଥିଲା ।ଜୁଲାଇ ମାସରେ ପ୍ରଥମେ ଲଖନୌର ଏସ୍‌ଜିପିଆଇଜି ହସ୍ପିଟାଲ ଓ ପରେ ଗୁରୁଗ୍ରାମ୍ ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା । ନିଜ କ୍ୟାରିୟରରେ ୪୦ଟି ଦିନିକିଆ ଓ ୭ଟି ଦିନିକିଆ ମ୍ୟାଚ ଖେଳିଥିବା ଚେତନ ଚୌହାନ ନିଜ ସମୟରେ ସବୁଠୁ ସାହାସୀ ବ୍ୟାଟ୍ସମ୍ୟାନ ରୂପେ ପରିଚିତ ଥିଲେ ।ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ବି ସେ ଦିଲ୍ଲୀ କ୍ରିକେଟ ସହ ପ୍ରତ୍ୟକ୍ଷ ଭାବେ ଜଡିତ ଥିଲେ । ତା ଛଡା ଭାରତର ଅଷ୍ଟ୍ରେଲିଆ ଗସ୍ତରେ ବି ସେ ଟିମ୍ ଇଣ୍ଡିଆର ମ୍ୟାନେଜର ଦାୟୀତ୍ୱ ତୁଲାଇଥିଲେ । ୧୯୯୧ ଓ ୧୯୯୮ରେ ଉତ୍ତରପ୍ରଦେଶର ଅମ୍ରୋହାରୁ ସେ ଦୁଇଦୁଇଥର ଲୋକସଭା ଆସନରେ ନିର୍ବାଚିତ ହୋଇଥିଲେ । ୨୦୧୮, ଅଗଷ୍ଟ ପର୍ଯ୍ୟନ୍ତ ସେ ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ ସକ୍ରିୟ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ

ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ

Read More...

ରାଜ୍ୟରେ ଆଉ  ୨୯୨୪ କରୋନା ପଜିଟିଭ୍ ଟିହ୍ନଟ

ରାଜ୍ୟରେ ଆଉ ୨୯୨୪ କରୋନା ପଜିଟିଭ୍ ଟିହ୍ନଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: