କଳା ସ୍ରୋତର ଓଡ଼ିଆ ପରୀକ୍ଷା : ଆଠ ପରୀକ୍ଷାର୍ଥୀ କପି କରି ଧରା ପଡ଼ିଲେ

March 09, 2019, ଶିକ୍ଷା, ଗଞ୍ଜାମ, Bhagyaprabha News Bureau
କଳା ସ୍ରୋତର ଓଡ଼ିଆ ପରୀକ୍ଷା : ଆଠ ପରୀକ୍ଷାର୍ଥୀ କପି କରି ଧରା ପଡ଼ିଲେ
Bhagyaprabha News Bureau
March 09, 2019

ବ୍ରହ୍ମପୁର- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ବାର୍ଷିକ ପରୀକ୍ଷାର ଆଜି ଥିଲା ଦ୍ଵିତୀୟ ଦିବସ l ଆଠଟି ଦକ୍ଷିଣାଞ୍ଚଳ ଜିଲ୍ଲାର 45ଟି 'ପରୀକ୍ଷା ପରିଚାଳନା ହବ' ଅଧୀନସ୍ଥ 174ଟି ପରୀକ୍ଷା କେନ୍ଦ୍ରରେ ଆଜି କଳା ସ୍ରୋତର ଆଧୁନିକ ଭାରତୀୟ ଭାଷା (ଓଡ଼ିଆ) ପରୀକ୍ଷା ଶାନ୍ତି ଶୃଙ୍ଖଳା ଓ ସ୍ୱଚ୍ଛତାର ସହ ସମାହିତ ହୋଇଯାଇଛି l ଆଜି ଥିଲା +୨ କଳା ସ୍ରୋତର ଏମ.ଆଇ.ଏଲ. -ଓଡ଼ିଆ ପରୀକ୍ଷା l ପରିଷଦ ପକ୍ଷରୁ କଡ଼ା ନିରୀକ୍ଷଣ ବ୍ୟବସ୍ଥା ଓ ସି.ସି. କ୍ୟାମେରା ସଂସ୍ଥାପନ ସତ୍ତ୍ୱେ ଆଜିର ଓଡ଼ିଆ ପରୀକ୍ଷାରେ କପି କରୁଥିବା ଅବସ୍ଥାରେ ସ୍କ୍ୱାଡ ସଦସ୍ୟଙ୍କ ହାତରେ ଦକ୍ଷିଣାଞ୍ଚଳର ବିଭିନ୍ନ କେନ୍ଦ୍ରରେ ୮ ଜଣ ପରୀକ୍ଷାର୍ଥୀ ଧରା ପଡ଼ିଥିବା ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l ଗଞ୍ଜାମ ଜିଲ୍ଲା ଡୁରା ସ୍ଥିତ ରାମ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ର କେନ୍ଦ୍ର ତତ୍ତ୍ବାବଧାରକଙ୍କ ହାତରେ ଧରା ପଡ଼ିଥିବା ବେଳେ କନ୍ଧମାଳ ଜିଲ୍ଲା ଟିକାବାଲି ସ୍ଥିତ ଏ.ଏମ.ସି.ଏସ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ, ଗୁଟିଙ୍ଗିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ, କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ଏରୋନେଟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ, ମାଲକାନଗିରି ଜିଲ୍ଲା ଏମ.ଭି.-79 ସ୍ଥିତ ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ, ନବରଙ୍ଗପୁର ଜିଲ୍ଲା ମଇଦଲପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ, ପାପଡାହାଣ୍ଡି ଡି. ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଓ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ସାଇନ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଏହିପରି ଆଠ ଜଣ ପରୀକ୍ଷାର୍ଥୀ କପି କରି ସ୍କ୍ୱାଡ ଦ୍ୱାରା ଏମ.ପି.ରେ ବୁକ ହୋଇଛନ୍ତି l ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନଙ୍କ ନିମନ୍ତେ ହାତ ଘଣ୍ଟା ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଵାରୁ ପ୍ରତ୍ୟେକ ପରୀକ୍ଷା ହଲରେ କାନ୍ଥଘଣ୍ଟା ଲଗାଇବାକୁ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କେନ୍ଦ୍ର ତତ୍ତ୍ବାବଧାରକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l କାନ୍ଥଘଣ୍ଟା ଲଗାଯିବା ପର୍ଯ୍ୟନ୍ତ ଇନଭିଜିଲେଟରମାନେ ପ୍ରତି ଅଧ ଘଂଟାରେ ପରୀକ୍ଷାର୍ଥୀମାନଙ୍କୁ ସମୟ ସୂଚନା ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ଡ. ଓଝା ପ୍ରକାଶ କରିଛନ୍ତି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ  ଯାତ୍ରା ପାଇଁ ୧୧ରେ ସ୍ଥାପନ ହେବ ଶୁଭଖୁଣ୍ଟି

ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ୧୧ରେ ସ୍ଥାପନ ହେବ ଶୁଭଖୁଣ୍ଟି

Read More...

+୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର  ଇଂରାଜୀ ପରୀକ୍ଷାରେ କପି କରୁଥିବା ବେଳେ ଦୁଇ ବିଦ୍ୟାର୍ଥୀ ଧରାପଡିଲେ

+୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଇଂରାଜୀ ପରୀକ୍ଷାରେ କପି କରୁଥିବା ବେଳେ ଦୁଇ ବିଦ୍ୟାର୍ଥୀ ଧରାପଡିଲେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: